ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL SRSAMର ସଫଳ ଉତ୍କ୍ଷେପଣ; ୮୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା
ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL SRSAMର ସଫଳ ଉତ୍କ୍ଷେପଣ । ଚାନ୍ଦିପୁର ୩ନଂ ଲଞ୍ଚ ପ୍ୟାଡ୍ରୁ ସକାଳ ୧୦ଟା ୪୫ରେ ଉତ୍କ୍ଷେପଣ । ଆକାଶ ମାର୍ଗରେ ୮୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ଆଜି ଅପରାହ୍ନରେ ଆଉ ଏକ ରାଉଣ୍ଡ ପରୀକ୍ଷଣ ହେବା ସୂଚନା ରହିଛି ।

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜୟଦେବ କସବା ପାହି ଓ ସାହାଜନଗର ପାହିରୁ ୧୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହିରୁ ୮୯୫ ଜଣ, ଖଡୁପାହି ଓ କୁସୁମୁଳୀରୁ ୧୧୧୨ ଜଣ ସମୁଦାୟ ୩୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ଏହି ୬ଟି ଗାଁର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ରଖାଯାଉଛି। ସ୍ଥାନାନ୍ତରିତ ପାଇଁ ୧୦୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ପୁଲିସ ପ୍ରଶାସନ ପକ୍ଷରୁ ୧୫ ସେକ୍ସନ ଫୋର୍ସ ମୁତୟନ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ଲୋକଙ୍କୁ କୁହାଯାଇଛି । ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।
ଗତକାଲି ଅପରାହ୍ନ ୩ଟା୧୯ରେ ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ପ୍ରଥମ ମିଶାଇଲ ପରୀକ୍ଷଣ ହୋଇଥିଲା । ଏଥିନିମନ୍ତେ କ୍ଷେପଣାସ୍ତ୍ର ଘାଟି ନିକଟବର୍ତ୍ତୀ ସମସ୍ତ ୬ଟି ଗାଁର ୩୧ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସନ୍ଧ୍ୟା ପରେ ସେମାନେ ଘରକୁ ଫେରି ଯାଇଥିବା ବେଳେ ଆଜି ସକାଳେ ପୁଣି ଥରେ ପ୍ରଶାସନ ପକ୍ଷରୁ ତାଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ।












Click it and Unblock the Notifications