୧୦ ଜଣ ସଭ୍ୟାଙ୍କୁ ନେଇ ଆରମ୍ଭ ହୋଇଥିଲା ସ୍ୱୟଂ ସହାୟକ ଗୋ।ଷ୍ଠୀ,ଆଜି କରୁଛି ବାର୍ଷିକ ପ୍ରାୟ ୧୦ଲକ୍ଷ ଟଙ୍କାର ଲାଭ
୧୦ ଜଣ ସଭ୍ୟାଙ୍କୁ ନେଇ ଆରମ୍ଭ ହୋଇଥିଲା ସ୍ୱୟଂ ସହାୟକ ଗୋ।ଷ୍ଠୀ,ଆଜି କରୁଛି ବାର୍ଷିକ ପ୍ରାୟ ୧୦ଲକ୍ଷ ଟଙ୍କାର ଲାଭ
ଭୁବନେଶ୍ୱର:ହସ୍ତତନ୍ତ ଶାଢ଼ୀ ତିଆରି କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନ ମଥୁରା ପଞ୍ଚାୟତର ଚାମ୍ପୁପୁର ଗ୍ରାମର ମା' ମହାଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ
ଗୋଷ୍ଠୀ ।୨୦୧୭ ମସିହାରେ ୧୦ ଜଣ ସଭ୍ୟାଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ସ୍ୱୟଂ ସହାୟକ ଗୋ।ଷ୍ଠୀ ।ସ୍ନେହଲତା ମେହେର ସଭାପତି ଥିବା ବେଳେ ବନିତା ମେହେର ସମ୍ପାଦକ ରହିଛନ୍ତି ।
ନିଜ କୈଳିତ ବୃତ୍ତିକୁ ଆପଣା ଆଜି ଏହି ମହିଳା ମାନେ ମିଶନ ଶକ୍ତି ପ୍ରଚେଷ୍ଟା ଓ ସାହାର୍ଯ୍ୟରେ ନିଜ ପାରାମ୍ପରିକ କଳାକୁ ଆଗକୁ ବଢାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ।ପୂର୍ବରୁ ହସ୍ତତନ୍ତ ଶାଢ଼ୀ ବୁଣୁଥିବା ଏହି ମହିଳା ମାନଙ୍କୁ ବିଶେଷ ସୁବିଧା ମିଳୁନଥିଲା ।

ହେଲେ ସରକାରଙ୍କ ମିଶନ ଶକ୍ତି ସହଯୋଗରେ ଏହି ମହିଳା ଗୋଷ୍ଠିକୁ ଆର୍ଥିକ ସହାୟତ ପ୍ରଦାନ କରାଯାଉଛି । ଦୁଇଟି ପର୍ଯ୍ୟାରେ ମିଶନ ଶକ୍ତି ଋଣ ଯୋଜନାରେ ସାଢେ ଚାରି ଲକ୍ଷ ଟଙ୍କା ପାଇଁ ଏହି ମହିଳା ଗୋଷ୍ଠି ଟଙ୍କାପାଇଁ ମହିଳା ମାନେ ନିଜସ୍ୱ କଞ୍ଚାମାଲ ସଂଗ୍ରହକରି ଶାଢ଼ି ବୁଣିବା କାର୍ଯ୍ୟ ଆରମ୍ଭ କରିଥିଲେ । ଏମାନେ ପଶାପାଲି ,ନର୍ତ୍ତକୀ କୁମ୍ଭ ,ପଦ୍ମ ,ଚକ୍ର ଆଜି ଡିଜାଇନର କଟନ ଏବଂ ପାଟ ସୂତାର ବାନ୍ଧ ଏବଂ ବମକେଇ ଶାଢ଼ୀ ବୁଣନ୍ତି । ଗୋଟିଏ ଶାଢ଼ି ପ୍ରସ୍ତୁତ କରିବା ପାଇଁ ଜଣେ ମହିଳାଙ୍କୁ ୪ରୁ୫ଦିନ ଲାଗିଥାଏ ।
ନିଜ ତିଆରି କରୁଥିବା ଶାଢ଼ିକୁ ଏମାନେ ସ୍ଥାନୀୟ ହୋଲସେଲର ଏହଂରାଜ୍ୟ ସରକାରଙ୍କ ଓରମାସ ,ବୟାନିକା ଭଳି ସଂସ୍ଥାକୁ ବିକ୍ରି କରିଥାନ୍ତି ।ବାର୍ଷିକ ପ୍ରାୟ ୭୨୦ ଖଣ୍ତ ଶାଢ଼ୀ ପ୍ରସ୍ତୁତ କରିଥାଏ ଏହି ଗ୍ରୁପ ।ଯାହା ବିକ୍ରି ପରେ ବାର୍ଷିକ ପ୍ରାୟ ୧୦ଲକ୍ଷ ଟଙ୍କାର ଲାଭ ମିଳିଥାଏ । ତେବେ ସୂକ୍ଷ୍ମ କାରୁକାର୍ଯ୍ଯ ସମ୍ପୁର୍ଣ୍ଣ ହାତବୁଣା ଶାଢ଼ୀ ଉତ୍ପାଦନରୁ ମହିଳାମାନେ ଆର୍ଥିତ ଦୃଷ୍ଟିରୁ ସବଳ ହୋଇପାରୁଛନ୍ତି ।












Click it and Unblock the Notifications