Get Updates
Get notified of breaking news, exclusive insights, and must-see stories!

'ଓଡ଼ିଶା ମିଲେଟ୍ ମିଶନ୍'ର ସଫଳତା

ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରୀ ମହିଳା ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି । କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟର ପ୍ରଚାରପ୍ରାର ପାଇଁ ଏହାକୁ ଆରମ୍ଭ କରାଯାଇଥିଲା

ଭୁବନେଶ୍ୱର: ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା 'ଓଡ଼ିଶା ମିଲେଟ୍ ମିଶନ' । ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରୀ ମହିଳା ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି । କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟର ପ୍ରଚାରପ୍ରାର ପାଇଁ ଏହାକୁ ଆରମ୍ଭ କରାଯାଇଥିଲା । ଭୁବନେଶ୍ୱର ମିଲେଟ୍ ପ୍ରୋସେସିଂ ୟୁନିଟ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ରୋଜଗାରକ୍ଷମ କରିବାରେ ସାହାର୍ଯ୍ୟ କରିଛି । ବରମୁଣ୍ତା ସ୍ଥିତ ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ଭଗବତୀ ସ୍ୱୟଂ ସହାୟକ ନାମକ ଦୁଇଟି ଗୋଷ୍ଠି ପାଖାପାଖି ଦୁଇବର୍ଷରୁ ହେବ ପ୍ରୋସେସିଂ ୟୁନିଟ୍ ପରିଚାଳନା କରୁଛନ୍ତି ।ପ୍ରତ୍ୟକ ମାସରେ ଓଟିଡ଼ିସି,ଆଦିବାସୀ ଉନ୍ନୟନ ସମବାୟ ନିଗମ ,ଓଡି଼ଶା ଲିମିଟେଡ,ଓ ଚନ୍ଦକା ହେଲଥ କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ଏହି ପ୍ରୋସେସିଂ 'ମିଲେଟ୍ ଓ ମିଲେଟ୍ ଜାତୀୟ ଖାଦ୍ୟ ସାମଗ୍ରୀକୁ ପ୍ରସ୍ତୁତ କରିଯୋଗାଉଛି ।ମାଣ୍ତିଆ ,ସୁଆଁ ,କାଙ୍ଗୁ ଆଦିକୁ ପ୍ରୋସୋସିଂକରାଯାଇ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି । ତେବେ ମାସକୁ ପ୍ରାୟ ୧କ୍ୱିଣ୍ଟାଲ ୫୦କେଜିରୁ ଅଧିକ ମିଲେଟ୍ ପ୍ରୋସେସିଂ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଉଛି ।ତେବେ ମାତ୍ର ଦେଢ ବର୍ଷ ମଧ୍ୟରେ ୧୪ଲକ୍ଷ ଟଙ୍କାର ଆୟ ହୋଇସାରିଛି । ଯାହା ଏକ ବଡ ସଫଳତା ।

ODISHA

ମିଲେଟ ପ୍ରୋସେସିଂ ପରେ ସେଥିରୁ ଅନେକ ଖାଦ୍ୟ ସାମଗ୍ରୀ ଯେପରି ମାଣ୍ତିଆ ପାଉଡର ,ମାଣ୍ତିଆ ଆରିଷା ,ଏଣ୍ତୁରୀ, କାକରା ,ମିକ୍ସର,ପିଠା ,ମୁଡକି ଆଦି ମଧ୍ୟ ପ୍ରସ୍ତୁତ କରାଯାଉଛି ।ଯାହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛି ।
୨ଟି ଏସ୍ଏଚଜି ଗ୍ରିୁପର ୨୦ମହିଳାଙ୍କୁ ନେଇ ଏହି କାର୍ଯ୍ୟ ଜାରି ରହିଥିବା ବେଳେ ଏଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ୮ଲକ୍ଷ ଟଙ୍କାର ମେସିନ୍ ମଧ୍ୟ ଯୋଗାଇଦିଆଯାଇଛି ।

ରାଜ୍ୟ ସରକାରଙ୍କର ଏହି ପ୍ରୟାସ ଅନେକ ମହିଳାଙ୍କୁ ରୋଜଗାରକ୍ଷମ କରିବା ସହ ମିଲେଟ୍ ଜାତୀୟ ଖାଦ୍ୟ ସାମଗ୍ରୀର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+