ମିଶନ ଶକ୍ତିର ସଫଳତା ,ପାରମ୍ପରିକ ପିଠା ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରୁଛନ୍ତି ମହିଳା
Success of Mission Shakti, enabling employment by creating traditional cake .ମିଶନ ଶକ୍ତିର ସଫଳତା ,ପାରମ୍ପରିକ ପିଠା ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରୁଛନ୍ତି ମହିଳା
ଭୁବନେଶ୍ୱର:ମହିଳାଙ୍କ ଉନ୍ନତି ପାଇଁ ମିଶନ ଶକ୍ତି ଓଡିଶା ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଏହି ଯୋଜନା ମଧ୍ୟମରେ ଅନେକ ମହିଳା ସ୍ୱବାଲମ୍ବୀ ହୋଇପାରିଛନ୍ତି । ମାଣ୍ତିଆରେ ମିଶନ ଶକ୍ତିର ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ପିଠା ,ପୋଡ଼ପିଠା ,କେକ୍ । ସ୍ୱାଦ ସାଙ୍ଗକୁ ହାଇଜେନିକର ପୁରା ଧ୍ୟାନ ମଧ୍ୟ ରଖାଯାଉଛି । କୌଣସି ପର୍ବପର୍ବାଣୀ ନଥିଲେ ମଧ୍ୟ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏସଏଚଜିର ମହିଳାମାନେ ଏକାଠି ହୋଇ ବିଭିନ୍ନ ପ୍ରକାର ସ୍ୱାଦିଆ ପିଠା ପ୍ରସ୍ତୁତ କରି ରାସ୍ତା କଡ଼ରରେ ହେଉ ଅବା ବିକ୍ରୟ କେନ୍ଦ୍ରରେ ବିକ୍ରି କରୁଛନ୍ତି । ସେହିପରି ରଜ ମହୋତ୍ସବ , ପିଠା ମହୋତ୍ସବ ଦ୍ୱାରା ମହିଳା ଏସ୍ଏଚଜିମାନେ ପିଠାବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସ୍ୱୟଂଶ୍ରଦ୍ଧା ଆଞ୍ଚଳିକ ମହାସଂଘ ଅଧିନରେ ଥିବା ଓଁ ସାଇରାମ ମହିଳା ଏସଏଚଜି ସଦସ୍ୟମାନେ ଏକାଠି ହୋଇ ମାଣ୍ତିଆ ପୋଡ଼ପିଠା, କ୍ଷୀର ପୋଡ଼ପିଠା , ଚକଲେଟ୍ କେକ୍ ଆଦି ତିଆରି କରୁଛନ୍ତି । ତେବେ ମିଳାଙ୍କର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ମହିଳା ମାନେ ରୋଜଗାରକ୍ଷମ ହେବା ସହ ଲୋକଙ୍କୁ ସ୍ୱାଦଯୁକ୍ତ ପିଠା ମଧ୍ୟ ଯୋଗାଇପାରୁଛନ୍ତି । ୧୦୧୭ ରୁ କିଛି ମହିଳାଙ୍କ ଦ୍ୱାରା ଏସ୍ଏଚଜି ଗଠନ କରାଯାଇଥିବା ବେଳେ ୨୦୨୧ରୁ ପିଠା ତିଆରି ଆରମ୍ଭ ହୋଇଛି । ମହିଳା ମାନଙ୍କୁ ଏବେ ବାହାଘର , ବ୍ରତଘର ପାଇଁ ପିଠା ଅର୍ଡର ମଧ୍ୟ ମିଳିବା ଆରମ୍ଭ ହୋଇଛି । ଏହାସହ ୟୁନିଟି ୪ ମାର୍କେଟ ଏବଂ ସ୍ଥାନୀୟ ବଜାରରେ ମଧ୍ୟ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ପିଠା ମିଳିପାରୁଛି । ମାଣ୍ତିଆ ଓ କ୍ଷୀର ପୋଡ଼ପିଠାରେ ଚାହିଦା ଅଧିକ ରହିଥିବା ବେଳେ ଦିନକୁ ପ୍ରାୟ ୨୦୦ରୁ ଅଧିକ ଅର୍ଡର ଆସିବାର ସୂଚନା ରହିଛି । ତେବେ ଏହି ପିଠା ସବୁର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୫ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଯାହା ଦ୍ୱାରା ମହିଳା ମାନେ ପିଠା ବିକ୍ରି କରି ମାସକୁ ୨ରୁ୩ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଏଥିପାଇଁ ମହିଳା ମାନେ ମିଶନ ଶକ୍ତିରୁ ବିନା ସୁଧହାରରେ ୩ଲକ୍ଷ ଟଙ୍କାର ଋଣ ପାଇପାରୁଛନ୍ତି । କରୋମା ମହାମାରୀରେ ଅନେକ ଲୋକଙ୍କ ଚାକିରୀ ଚାଲିଯାଇଥିବା ବେଳେ ମିଶନ ଶକ୍ତି ମାଧ୍ୟମରେ ଅନେକ ମହିଳା ରୋଜଗାର କରିପାରୁଛନ୍ତି ଯାହାର ସୂଚନା ଦେଇଛନ୍ତି ମହାସଂଘର ସଭାପତି ବିଷ୍ଣିୁପ୍ରିୟା ରାଉତ ।












Click it and Unblock the Notifications