ଆଇପିଏସ ସ୍ତରରେ ଅଦଳବଦଳ: ଅମୃତ ମୋହନ ପ୍ରସାଦ ହେଲେ ଜେଲ ବିଭାଗର ଡିଜି

ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି । ଏନେଇ ସୂଚନା ପ୍ରକାଶ ପାଇଛି । ମଙ୍ଗଳବାର ରାଜ୍ୟ ସରକାର ଏହି ଅଦଳ ବଦଳ କରିଛନ୍ତି । ୫ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ଗୃହ ବିଭାଗର ଓଏସଡି ଥିବା ଅରୁଣ କୁମାର ରାୟଙ୍କୁ ସରକାରୀ ପ୍ରେସ୍ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏଚଆରପିସିର ଡିଜିପି ଥିବା ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ଵ ଦିଆଯାଇଛି । ମନୋଜ ଛାବ୍ରାଙ୍କ ସ୍ଥାନ ନେବେ ଅମୃତ ମୋହନ । ଛାବ୍ରା ଆଜି ନିଜ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।

ସେହିପରି ବର୍ତ୍ତମାନ ପ୍ରେସ୍ ନିର୍ଦ୍ଦେଶକ ପଦରେ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇ ଏଚଆରପିସି ଏଡିଜି କରାଯାଇଛି । ଅତିରିକ୍ତ ପୋଲିସ କମିଶନର ଥିବା ଉମାଶଙ୍କର ଦାଶଙ୍କୁ ବଦଳି କରାଯାଇ ଡିଆଇଜି ଏସଆଇଡବ୍ଲ୍ୟୁ ପଦରେ ନିଯୁକ୍ତ କରାଯାଇଛି। ସେହିପରି ଆଇପିଏସ୍ ବ୍ରିଜେଶ କୁମାର ରାୟଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି ।

ips_level

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ବରିଷ୍ଠ IPS ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି ।୫ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି ।

ନୂଆ ଦାୟିତ୍ଵ

ଅମୃତ ମୋହନ ପ୍ରସାଦ - ଜେଲ ବିଭାଗ ଡିଜି
ଅରୁଣ ରାୟ - ସରକାରୀ ପ୍ରେସ ନିର୍ଦ୍ଦେଶକ
ବ୍ରିଜେଶ ରାୟ - ଅତିରିକ୍ତ ପୋଲିସ କମିଶନର
ଉମାଶଙ୍କର ଦାସ - ଡିଆଇଜି ଏସଆଇଡବ୍ଲ୍ୟୁ
ଲଳିତ ଦାସ - ଏଚଆରପିସି ଏଡିଜି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+