ପୁରୀରେ ସୁବ୍ରମଣ୍ୟାମ ସ୍ବାମୀ,ଶଙ୍କରାଚାର୍ଯ୍ୟଙ୍କ ସହ କଲେ ଆଲୋଚନା
ପୁରୀରେ ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଲେ ଆଲୋଚନା। ପ୍ରାୟ ଏକ ଘଣ୍ଟା ଧରି ଏହି ପ୍ରସଙ୍ଗରେ ସ୍ବାମୀ ଆଲୋଚନା କରିଛନ୍ତି ।
ପୁରୀ: ପୁରୀରେ ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟାମ ସ୍ୱାମୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଲେ ଆଲୋଚନା। ପ୍ରାୟ ଏକ ଘଣ୍ଟା ଧରି ଏହି ପ୍ରସଙ୍ଗରେ ସ୍ବାମୀ ଆଲୋଚନା କରିଛନ୍ତି । ଭାରତ ସହ ଅନ୍ତର୍ଜାତୀୟ ସୀମା ବିବାଦ ଓ ଚୀନ ସହ ସମ୍ପର୍କ ନେଇ ମଧ୍ୟ ଆଲୋଚନା ହୋଇଛି ।

ରାଜ୍ୟ ଓ କେନ୍ଦ୍ର ସରକାର ଧର୍ମ ପୀଠଗୁଡିକର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟକରୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ଆସିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । ରାମ ମନ୍ଦିର ଓ କାଶୀ ବିଶ୍ଵନାଥ ଓ ଜ୍ଞାନବାପୀ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ଆଲୋଚନା କରିଛନ୍ତି ।
ଶ୍ରୀମନ୍ଦିର ପ୍ରକଳ୍ପ ବିଷୟରେ ଅବଗତ ଥିବା ସୁବ୍ରମଣ୍ୟମ କହିଛନ୍ତି । ଆଇନଗତ ବାଧା କାରଣରୁ ପ୍ରକଳ୍ପ କାର୍ଯ୍ୟ ବିବାଦରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲଭାବରେ ଜାଣିଛି ଏବଂ ତାଙ୍କ ବାପା ବିଜୁ ପଟ୍ଟନାୟକ ତାଙ୍କ ସହଯୋଗୀ ଥିବା କହିଛନ୍ତି ସୁବ୍ରମଣ୍ୟାମ ।
ସେ ଆହୁରି ମଧ୍ୟ କହିଛନ୍ତି , ଓଡିଶା ପ୍ରତି ମୋର ଭଲପାଇବା ରହିଛି । ଶ୍ରୀମନ୍ଦିର ପ୍ରକଳ୍ପ ନେଇ ଆଲୋଚନା କରିବେ ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । ସେହିପରି ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ସେ କହିଛନ୍ତି, 'ମନ୍ଦିର କୌଣସି ସରକାରଙ୍କ ଅଧୀନସ୍ଥ ରହିବା ଉଚିତ ନୁହେଁ । କେବଳ କୌଣସି ତ୍ରୁଟି ବା ବିବାଦ ଥିଲେ ସରକାର କିଛି ସମୟ ପାଇଁ ହସ୍ତକ୍ଷେପ କରିବା କଥା ।'












Click it and Unblock the Notifications