Subhdra Yojana: ଆଜି ମିଳିବ ସୁଭଦ୍ରା ଟଙ୍କା

ରାକ୍ଷୀ ପୂର୍ଣ୍ଣିମାରେ ଆଜି ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ । ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୧ଲକ୍ଷ ୮୮ ହଜାର ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି । ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ ।

ଏହାପୂର୍ବରୁ ଗତ ଏପ୍ରିଲ ୨୪ରେ ମିଳିଥିଲା ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା । ଯେଉଁମାନେ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଯିଏ ଯୋଗ୍ୟ ବିବେଚିତ ହେବେ ସେମାନେ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ କହି ସାରିଛନ୍ତି । ପ୍ରଭାତୀଙ୍କ ଏହି ସୂଚନା ପରେ ଏବେ ପୁଣି ଥରେ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Subhdra Yojana

ଗତ ଏପ୍ରିଲ୍‌ରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ ଅନେକଙ୍କ କୌଣସି କାରଣ ବଶତଃ ଆକାଉଣ୍ଟକୁ ଟଙ୍କା ଆସିନଥିଲା । କିନ୍ତୁ ସେମାନେ ଏବେ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ପୁଣି ଥରେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+