Subhardra Yojana: ଫର୍ମରେ ଏହି ଭୁଲ କଲେ ମିଳିବନି ସୁଭଦ୍ରା ଟଙ୍କା
Subhardra Yojana: ସୁଭଦ୍ରା ଆବେଦନକାରୀ ଓ ଆଗକୁ ଆବେଦନ କରିବାକୁ ଯାଉଥିବା ହିତାଧିକାରୀ ସଜାଗ । ଫର୍ମରେ ଏହି ଭୁଲ କଲେ ମିଳିବନି ସୁଭଦ୍ରା ଟଙ୍କା ।
Subhadra Yojana Update: ସୁଭଦ୍ରା ଯୋଜନାକୁ ନେଇ ଏବେ ବି ହଇଚଇ । ଏଥିପାଇଁ ଦୀର୍ଘ ଦିନରୁ ଆବେଦନ କରିଥିଲେ ଅନେକଙ୍କୁ ପ୍ରଥମ କିସ୍ତି ଆସିଥିବା ବେଳେ ଅଧେଙ୍କୁ ଏବେ ପର୍ଯ୍ୟନ୍ତ ଟଙ୍କା ଆସିନାହିଁ । ସବୁଠୁ ବଡ଼ କଥା ହେଉଛି ପ୍ରଥମେ ଆପ୍ଲାଏ କରିଥିବା ଲୋକଙ୍କୁ ଟଙ୍କା ଆସିନଥିବା ବେଳେ ପରେ ଆପ୍ଲାଏ କରିଥିବା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରିଛନ୍ତି ସରକାର । କିନ୍ତୁ କାହିଁକି ଅନେକଙ୍କୁ ଟଙ୍କା ଆସିନାହିଁ ସେ ନେଇ ଏବେ ଦ୍ୱନ୍ଦ୍ୱରେ କିିିଛି ହିତାଧିକାରୀ ।

Subhadra Yojana Update:ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ପ୍ରଥମେ ଅଙ୍ଗନବାଡ଼ିରୁ ଫର୍ମ ଆଣିବାକୁ ପଡ଼ିବ । ସେଥିରେ ହିତାଧିକାରୀଙ୍କ ବ୍ୟକ୍ତିଗତ ସୂଚନା ପ୍ରବେଶ କରିବା ପରେ ଉକ୍ତ ଫର୍ମକୁ ଜନସୂଚନା କେନ୍ଦ୍ରରେ ଦାଖଲ କରିବାକୁ ପଡ଼ିଥାଏ । ଯାହା ପରେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ । ଏହି ସମାନ ପର୍ଯ୍ୟାୟ ଦେଇ ମହିଳାମାନେ ଫର୍ମ ଦାଖଲ କରିଥିଲେ ବି କେତକଙ୍କୁ କାହିଁକି ଆସିନି ଟଙ୍କା । ଫର୍ମ ପୂରଣ ସମୟରେ କୌଣସି ଭୁଲ ହୋଇଛି କି ।
Subhadra Yojana Update:ସୁଭଦ୍ରା ଟଙ୍କା ସେହି ହିତାଧିକାରୀମାନେ ପାଇବେ ନାହିଁ ଯେଉଁମାନେ ସରକାରଙ୍କ ଏସଓପି ଅନୁସାରେ ଯୋଗ୍ୟ ବିବେଚିତ ନୁହଁନ୍ତି । ଦ୍ୱିତୀୟଟି ହେଉଛି ଫର୍ମ ପୂରଣ ବେଳେ କୌଣସି ଭୁଲ ସୂଚନା ପ୍ରଦାନ କରିଥିବେ କିମ୍ୱା ହିତାଧିକାରୀଙ୍କ ବ୍ୟାଙ୍କ ଆକଉଣ୍ଟରେ କୌଣସି ସମସ୍ୟା ଥିବ ।
Subhadra Yojana Update:ତେବେ ଯଦି ଆପଣ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ କିନ୍ତୁ ଟଙ୍କା ଆସିନାହିଁ ତେବେ ଫର୍ମ ପୂରଣ ବେଳେ ଏହି ୫ଟି ଭୁଲ କରିନାହାଁନ୍ତି ତ...ଆଗକୁ ଆବେଦନ କରିବାକୁ ଥିବା ହିତାଧିକାରୀମାନେ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।
Subhadra Yojana Update:ସୁଭଦ୍ରା ଟଙ୍କା ପାଇବାକୁ ଚାହୁଁଥିଲେ କିଛି ଭୁଲ ପ୍ରତି ସଚେତନ ରହନ୍ତୁ । ପଞ୍ଜିକରଣ କରୁଥିବା ଆଧାର କାର୍ଡ ସମ୍ପୂର୍ଣ୍ଣ କାମ ଦେଉଛି କି ନାହିଁ ଯାଞ୍ଚ କରନ୍ତୁ । ସେଥିରେ ଥିବା ସମସ୍ତ ସୂଚନା ସଠିକ ଥିବା ଆବଶ୍ୟକ । ଆପଣଙ୍କ ଆଧାର କାର୍ଡ଼, ମୋବାଇଲ ନଂ ଓ ବ୍ୟାଙ୍କ ଖାତା ସହ ଲିଙ୍କ ଥିବା ଆବଶ୍ୟକ । ଯଦି ଏପରି କିଛି ହୋଇନାହିଁ ତେବେ ଫର୍ମ ଫିଲଅପ କରିବାକୁ ଆଗରୁ ତୁରନ୍ତି ଆଧାର ଠିକ କରନ୍ତୁ ।
Subhadra Yojana Update:ଫର୍ମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନଂ ସଠିକ ଭାବରେ ଲେଖନ୍ତୁ । ଗୋଟିଏ ବି ନଂ ଏପଟସେପଟ ହୋଇଗଲେ ଅନ୍ୟକାହା ପାଖକୁ ଟଙ୍କା ସ୍ଥାନାନ୍ତର ହୋଇଯିବ । ଆପଣଙ୍କୁ ନିରାଶ ହେବାକୁ ପଡ଼ିବ ।
Subhadra Yojana Update:ପଞ୍ଜିକରଣ କରିବା ସମୟରେ ନିଜର ନାମ ଓ ଅନ୍ୟ ସୂଚନା ସ୍ପଷ୍ଟ ଭାବରେ ଲେଖନ୍ତୁ । ଯଦି ଆପଣ ପାରୁନାହାଁନ୍ତି ଜଣେ ଅଭିଜ୍ଞ ଲୋକଙ୍କ ସାହାଯ୍ୟ ନେଇପାରିବେ ।
Subhadra Yojana Update: ହିତାଧିକାରୀ ଉଲ୍ଲେଖ କରୁଥିବା ବ୍ୟାଙ୍କ ଆକାଉଣ୍ଟ ଡିବିଟି ସକ୍ଷମ ଥିବା ଆବଶ୍ୟକ । ଯଦି ଆପଣଙ୍କର ଡିବିଟି ସକ୍ଷମ ଖାତା ନାହିଁ ତେବେ ସେହି ଆକାଉଣ୍ଟ ନଂ ଦେଲେ ମଧ୍ୟ କୌଣସି ଲାଭ ମିଳିବ ନାହିଁ ।ଫର୍ମଟି ଯେପରି ଅନ୍ୟ କାହା ହାତକୁ ନ ଯାଏ ସେପ୍ରତି ମଧ୍ୟ ସଜାଗ ହେବାକୁ ପଡ଼ିବ । ନଚେତ ଆପଣ ଠକାମୀର ଶିକାର ହୋଇପାରନ୍ତି ।












Click it and Unblock the Notifications