ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ଲାଗି ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ଲାଗି ସ୍ଥାପନ ହେଲା ଶୁଭଖୁଣ୍ଟି । ଏପ୍ରିଲ ୩ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ୨୬ଦିନ ଧରି ଚାଲିବ ଯାତ୍ରା ।

ସାମୂହିକ ବୈଠକ ପରେ ବିଧି ଅନୁଯାୟୀ ଦିନଧାର୍ଯ୍ୟ କଲେ କୁଳ ପୁରୋହିତ। ମାଆଙ୍କ ଆଗମନ ଲାଗି ଆଜି ଠାରୁ ଯାତ୍ରା ପ୍ରସ୍ତୁତି ଆରମ୍ଭ କରିବେ ମାଆଙ୍କ ବାପା ଘର ତଥା ଦେଶୀ ବେହେରା ପରିବାର ଲୋକେ।

brahmapur thakurani yatra

ଏପ୍ରିଲ ୩ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ଯାତ୍ରା। ମଧ୍ୟରାତ୍ରୀରେ ସ୍ଥାପନ ହେଲା ଶୁଭଖୁଣ୍ଟି। ପୂଜାର୍ଚ୍ଚନା ପରେ ଦେଶୀବେହେରା ପରିବାର ଓ ସହରବାସୀଙ୍କ ବାଦ୍ୟବାଜଣାର ତାଳେ ତାଳେ ଦେଶୀବେହେରା ସାହିରୁ ବାହାରି ବୁଢୀ ଠାକୁରାଣୀ ମନ୍ଦିରକୁ ବିଜେ କରିଛନ୍ତି।

ଦେଶୀବେହେରା ସାହିରେ ଅସ୍ଥାୟୀ ପୀଠରେ ମାଆ ବୁଢୀ ଠାକୁରାଣୀ ପୂଜା ପାଇବେ। ଆସନ୍ତା ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ଯାଏଁ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ପ୍ରଶାସନ ଏହା ଉପରେ ମୋହର ମାରିବ। ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ପୂର୍ବରୁ ନିର୍ଦ୍ଦାରଣ ତିଥି ଅନୁସାରେ ବୁଧବାର ରାତିରେ ମାଆଙ୍କ ବାପା ଘର ଦେଶୀ ବେହେରା ସାହିରେ ଅନୁଷ୍ଠିତ ହୋଇଥିଲା ବୈଠକ । ସହରର ବୁଦ୍ଧିଜୀବୀ ମାନ୍ୟଗଣ୍ୟ, ଓ ମାଆଙ୍କ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ପାରମ୍ପରିକ କୁଳ ପୁରୋହିତ ଯାତ୍ରାର ଦିନଧାର୍ଯ୍ୟ ସମ୍ପର୍କରେ ଘୋଷଣା କରିଛନ୍ତି। ତାପରେ ବାଜା, ବାଜଣା , ଶଙ୍ଖ ମହୁରୀ, ଢାମ୍ପା ଢୋଲ ସହ ବାଣ ଫୁଟାଇ ହଜାର ହଜାର ଶ୍ରଦ୍ଧାଳୁ ଦେଶୀ ବେହେରା ପରିବାରଙ୍କ ସହ ବଡ଼ ପଟୁଆରରେ ଯାଇଥିଲେ ମାଆଙ୍କ ସ୍ଥାୟୀ ମଣ୍ଡପକୁ । ସେଠାରୁ ମାଆଙ୍କ ଆଶିଷ ଭିକ୍ଷା କରିବା ସହ ଅନୁମତି ନେଇ ପୁଣି ପଟୁଆରରେ ଫେରି ବାପ ଘର ସମ୍ମୁଖରେ ସ୍ଥାପନ ହେଲା ଶୁଭଖୁଣ୍ଟି। ତେବେ ମାଆଙ୍କ ଆଗମନକୁ ନେଇ ଏବେ ଠାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ ଓ ଉଦ୍ଦୀପନା। ଘର ଘର ସାହି ସାହି ବୁଲିବେ ମାଆ। ପୁରା ସହର ହେବ ଚଳଚଞ୍ଚଳ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଯାତ୍ରାରେ ନିଜକୁ ସାମିଲ କରିଥାନ୍ତି। ଯାତ୍ରା ସୁରୁଖୁରୁରେ ସାରିବା ନେଇ ମାଆ ବୁଢ଼ୀ ଠାକୁରାଣୀଙ୍କ ଉପରେ ଭରସା ରଖିଛନ୍ତି ସହରବାସୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+