୨୦୨୫ରେ ୩ ଥର ମିଳିବ 'ସୁଭଦ୍ରା'ଟଙ୍କା
Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ୨୦୨୫ରେ ମହିଳାଙ୍କୁ ୩ଥର ମିଳିବ ସୁଭଦ୍ରା ଟାଙ୍କା । ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଏହା ପରେ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା । ସେହିପରି ରକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ଶେଷ ହେବ ଏବଂ ଆଜି ଫିଲ୍ଡ ରିପୋର୍ଟ ଆସିବା ନେଇ ସୂଚନା ଦେଇଛନ୍ତି ଇ ଉପ ମୁଖ୍ୟମନ୍ତ୍ରୀ । ରିପୋର୍ଟ ଆସିବା ପରେ ହିଁ ପଦକ୍ଷେପ ନିଆଯିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ କେତେ ଗ୍ରାଉଣ୍ତ ରିଅଲିଟିରେ ହେଲା ତାହା ସ୍ପଷ୍ଟ ହେବ । ତେବେ ଯେପରି କେହି ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ନ ହୁଅନ୍ତୁ ସେନେଇ ଗୁରୁତ୍ୱ ଦିଆଯିବ ।












Click it and Unblock the Notifications