ବିଜେପି ସରକାରକୁ ଆସିଲେ ଆରମ୍ଭ ହେବ ‘ସୁଭଦ୍ରା ଯୋଜନା’
ଭୁବନେଶ୍ୱର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର 'ସଂକଳ୍ପ ପତ୍ର' ଉନ୍ମୋଚିତ । ଭୁବନେଶ୍ୱରରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପି ସଂକଳ୍ପ ପତ୍ର 'ଓଡିଶା ପାଇଁ ମୋଦୀ ଗ୍ୟାରେଣ୍ଟି' ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଜେ.ପି ନଡ୍ଡା । ଆଉ ରାଜ୍ୟ ଲାଗି ବିଜେପି ଆଣିଥିବା ଇସ୍ତାହାରରେ ଏକ ବଡ଼ ପ୍ରତିଶୃତି ଦିଆଯାଇଛି।
ରାଜ୍ୟରେ ବିଜେପି ସରକାରକୁ ଆସିଲେ ତେବେ ଏହି ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି । ଏହି ଯୋଜନାରେ ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର୍ ପାଇବେ ।

ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ । ସେହିପରି ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି । ତେବେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀରଏକ ଶିଳ୍ପ କ୍ଲଷ୍ଟର ସୃଷ୍ଟି କରି ଉତ୍ପାଦିତ ସାମଗ୍ରୀର ବିପଣନ ସୁବିଧା ପ୍ରଦାନ ଏବଂ ପ୍ରୋତ୍ସାହନ ସହ ଉତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସୁବିଧା ପ୍ରଦାନ କରିବାକୁ ସଂକଳ୍ପ ପତ୍ର ମାଧ୍ୟମରେ ପ୍ରତିଶ୍ରୁତି ଦେଇଛି ବିଜେପି ।












Click it and Unblock the Notifications