ସୁଭଦ୍ରା ଯୋଜନା ମା ଓ ଭଉଣୀମାନଙ୍କୁ ସଶକ୍ତ କରୁ, ପ୍ରତିଶ୍ରୁତି ପୂରଣ କରୁଛୁ: ପ୍ରଧାନମନ୍ତ୍ରୀ

ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ରଖିଛନ୍ତି । ଆଗୁଆ ଦଶହରା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ । ଓଡ଼ିଶାର ମା' ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଲା । ୩୦ ଲକ୍ଷରୁ ଅଧିକ ପରିବାରକୁ ଆଜି ପକ୍କା ଘର ଦିଆଗଲା । ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି । ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି ଆଊ ଆଜି ଆସିଛି ବୋଲି ମୋଦୀ କହିଥିଲେ ।

ଆଜି ଏନ୍‌ଡିଏ ସରକାରର ତୃତୀୟ ପାଳିର ଶହେ ଦିନ । ଚାଷୀ, ମହିଳା, ଗରିବଙ୍କ ବିକାଶ ପାଇଁ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି । ଗରିବଙ୍କୁ ପକ୍କା ଘର, ଯୁବକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ଓଡ଼ିଶା ସହ ଅନ୍ୟ ରାଜ୍ୟରେ ୭୫ ହଜାର ମେଡିକାଲ ସିଟ୍‌ ଯୋଡ଼ାଯିବ । ଜନଜାତୀୟ ବଜେଟରେ ୨ ଗୁଣା ବୃଦ୍ଧି କରାଯାଇଛି ବୋଲି ମୋଦୀ କହିଛନ୍ତି । ବିଗତ ଶହେ ଦିନରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି ।

Subhadra Yojana

ଚାଷୀମାନଙ୍କ ପାଇଁ ବି ବିଗତ ଶହେ ଦିନରେ ବଡ଼ ନିଷ୍ପତ୍ତି ହୋଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରପ୍ତାନୀ ଶୁଳ୍କ ହ୍ରାସ କରାଯାଇଛି । ବିଭିନ୍ନ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି । ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବାକୁ ଯାଉଛି । ସୁଭଦ୍ରା ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ । ସୁଭଦ୍ରା ଯୋଜନା ମା ଓ ଭଉଣୀମାନଙ୍କୁ ସଶକ୍ତ କରୁ ବୋଲି ମୋଦି କହିଛନ୍ତି ।

ଏପରିକି ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସୁଭଦ୍ରା ଯୋଜନାର ଶୁଭାରମ୍ଭ ନେଇ ଉତ୍ସାହିତ ଥିବା କହିଥିଲେ । 'ସୁଭଦ୍ରା ଯୋଜନା' ନାରୀ ସଶକ୍ତୀକରଣକୁ ଆଗକୁ ବଢ଼ାଇବ ଏବଂ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଉଲ୍ଲେଖ କରିଥିଲେ ।

ଅପେକ୍ଷାରେ ହେଲା ଅନ୍ତ । ମହିଳାମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବଦ୍ଧର୍ନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ, ଭାଜପା ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+