Subhadra Yojana: ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ? କିଏ ପଡିବେ ବାଦ୍ ?
Subhadra Yojana: ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା । ମହିଳାଙ୍କ ପାଇଁ ଯୁଗାନ୍ତକାରୀ ଯୋଜନା ଲାଗୁ କରିବା ପାଇଁ ପୂର୍ବରୁ ରାଜ୍ୟର ନୂଆ ବିଜେପି ସରକାର ଘୋଷଣା କରିସାରିଛନ୍ତି । ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ସୁଭଦ୍ରା ଯୋଜନା ।
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ । ଆଉ ମୋଦିଙ୍କ ଜନ୍ମଦିନରେ ହିଁ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ।ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ । ଆଉ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୧୭ ତାରିଖରୁ ଏହା ଲାଗୁ କରାଯିବ । ପର୍ଯ୍ୟାୟ କ୍ରମେ ରାଜ୍ୟରେ ଲାଗୁ ହେବ ଯୋଜନା ।
ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କରିସାରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ବଜେଟ୍ ରେ ୧୦ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଉ ଏହି ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମିଳିବ କ୍ୟାସ୍ ଭାଉଚର । ଯାହା ଫଳରେ ଆର୍ଥିକ ଭାବେ ସ୍ବଚ୍ଛଳ ହେବେ ମହିଳା ।

ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଥିଲେ ସୁଭଦ୍ରା ଯୋଜନାକୁ ନେଇ ଅଗଷ୍ଟ ୧୫ ସୁଦ୍ଧା ମୋଡାଲିଟି ଆସିବ। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଯୋଜନାର ଶୁଭାରମ୍ଭ ହେବ। ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯିବ। ମତାମତ ନିଆଯିବା ପରେ ସେପ୍ଟେମ୍ବର ୧୭ ତାରିଖରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଥିବା ବେଳେ ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କରିଥିଲେ । ସିଏମ୍ ମୋହନ ମାଝୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଓ ପ୍ରଭାତୀ ପରିଡା ଏବେ ଦିଲ୍ଲୀ ଗସ୍ତରେ ଥିବା ବେଳେ ସେଠାରୁ ବଡ ଘୋଷଣା କରିଥିଲେ।
ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଥିଲା ବିଜେପି । ରାଜ୍ୟରେ ସରକାର ଆସିଲେ ଲାଗୁ କରିବା ନେଇ ପ୍ରତିଶ୍ରୁତି ବି ଦେଇଥିଲା । ଆଉ ସରକାର ଆସିବାର ପ୍ରଥମ ଦିନରୁ ହିଁ କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଥିଲା । ଏବେ ତାହା କାର୍ଯ୍ୟକାରୀ କରିବା ଦିଗରେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ମୋହନ ସରକାର ।
ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା । ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ବହୁ ପ୍ରତିକ୍ଷିତ ତଥା ବିଜେପି ସରକାରର ଲୋକାଭିମୁଖୀ ଯୋଜନା "ସୁଭଦ୍ରା ।" ତେବେ ସୁଭଦ୍ରା ଯୋଜନାରୁ କେଉଁମାନେ ବାଦ୍ ପଡିବେ? ଏଥିପାଇଁ କଣ କ୍ରାଇଟେରିଆ ରହିଛି? ଜାଣନ୍ତୁ...
ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କୁ ବଡ ଭେଟି ଦେବେ ମୋହନ ସରକାର । ମିଳିବ ୫୦ ହଜାର ଟଙ୍କା ଭାଉଚର । ସୁଭଦ୍ରା ଯୋଜନା ପରିବାରର ଜଣେ ମହିଳାଙ୍କୁ ମିଳିପାରିବ । ଏକ ରୁ ଅଧିକ ମହିଳାଙ୍କୁ ଏହି ସ୍କିମ୍ର ସୁବିଧା ମିଳିବ ନାହିଁ ।












Click it and Unblock the Notifications