Subhadra Yojana: କେଉଁମାନଙ୍କୁ ମିଳିବନି ସୁଭଦ୍ରା ଟଙ୍କା?
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ମାର୍ଚ୍ଚ ୬ ତାରିଖରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା । ମାତ୍ର ୩ ଦିନ ଭିତରେ ଦୁଇ ଦୁଇ ଥର ଟଙ୍କା ପାଇବେ ହିତାଧିକାରୀ । ଅର୍ଥାତ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ।
ମହିଳାଙ୍କ ସୁବିଧା ପାଇଁ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି। ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖ (ଅନ୍ତର୍ଜାତୀୟ ମହିଳା ଦିବସ) ରେ ୨ୟ କିସ୍ତି ପ୍ରଦାନ କରାଯିବ।'
ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପାର୍ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା । ଏହା ଦ୍ୱାରା ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ।
ତେବେ ନୂଆ ଆବେଦନକାରୀଙ୍କ ପାଇଁ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ । ଏହି ତାରିଖ ମଧ୍ୟରେ ଆବେଦନ କରିଲେ ୩ଟି କିସ୍ତି ଟଙ୍କା ଏକାବେଳେ ପାଇପାରିବେ । ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ।
ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ ।

ତେବେ କେଉଁମାନଙ୍କୁ ମିଳିବନି ସୁଭଦ୍ରା ଟଙ୍କା? ଜାଣନ୍ତୁ
- ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ ।
- ଯଦି କୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତା ଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
- ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ସେମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ସେହିଭଳି ଆୟକର ଦେଉଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।
- ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body). କିମ୍ବା ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋସିଂ ଏଜେନ୍ସି ମାଧ୍ଯମରେ ନିୟୋଜିତ ସମସ୍ତ / କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।
- ଯଦି ଅବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ । ସେହିଭଳି ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ଗାଡି ଥିଲେ ସୁଭଦ୍ରା ଟଙ୍କା ପାଇବେ ନାହିଁ ।












Click it and Unblock the Notifications