Subhadra Yojana: ଆଜି ଶେଷ ତାରିଖ, ଶୀଘ୍ର ବ୍ୟାଙ୍କ୍‌ ଯାଆନ୍ତୁ ନହେଲେ ଆସିବନି ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେମାନଙ୍କ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା । ତେଣୁ ଏହା କରାଇବା ଜରୁରୀ । ବ୍ୟାଙ୍କରେ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥର କରାଯାଇଛି ।

ଜାନୁଆରୀ ୨୯ ଓ ୩୦ ଅର୍ଥାତ ଆଜି ଓ ଆସନ୍ତାକାଲି ୨ ଦିନ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଆଜି ହେଉଛି ତାହାର ଡେଡଲାଇନ । ସୁଭଦ୍ରା ପାଇଁ ଆବେଦନ କରିଥିବା ହିତାଧିକାରୀ ନିଜ ନିଜ ବ୍ୟାଙ୍କକୁ ଯାଇ NPCI କ୍ଲିୟର କରିପାରିବେ। ଯେଉଁମାନଙ୍କର NPCI କ୍ଲିୟର କରିବା ପାଇଁ ବ୍ୟାଙ୍କରୁ ଫୋନ ଯାଉଛି ସେମାନେ ନିଜ ନିଜ ବ୍ୟାଙ୍କ ଶାଖାକୁ ଯାଇ NPCI କ୍ଲିୟର କରିପାରିବେ । ତା ପରେ ଯାଇ ୪ର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନଚେତ ଚତୁର୍ଥ ପର୍ଯ୍ୟାୟରେ ସେମାନେ ଟଙ୍କା ପାଇବେ ନାହିଁ । ଆଜି ଶେଷ ତାରିଖ ଥିବାରୁ NPCI କ୍ଲିୟର ନକରିଲେ ପ୍ରଥମ ପର୍ଯ୍ୟାୟ ଟଙ୍କା ଆସିବ ନାହିଁ ।

Subhadra Yojana

ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହାଜର ୨୯୪ ଜଣ ସୁଭଦ୍ରା ଯୋଜନାରେ ସାମିଲ ହେବା ନେଇ ଆବେଦନ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇସାରିଛନ୍ତି । ତେବେ ବଡ଼ କଥା ହେଉଛି ୩ ଲକ୍ଷ ୩୧ ହଜାର ୧୮୮ ଜଣଙ୍କ NPCI ଫେଲ ହୋଇଥିବାରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନାହିଁ ।

NPCI କ୍ଲିୟର ହେବା ପରେ ଯାଇ ସୁଭଦ୍ରା ଟଙ୍କା ଖାତାକୁ ଆସିବ । ନଚେତ ୪ର୍ଥ ପର୍ଯ୍ୟାୟରେ ବି ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଜି ଡେଡଲାଇନ ଥିବାରୁ ତୁରନ୍ତ ବ୍ୟାଙ୍କ ଯାଇ କରାଇ ନେବାକୁ ପଡିବ ।

ତେଣୁ ଯେଉଁ ହିତାଧିକାରୀଙ୍କୁ ବ୍ୟାଙ୍କରୁ ଫୋନ ଯାଇଛି ସେମାନେ ୩୦ ତାରିଖ ଅର୍ଥାତ ଆଜି ଭିତରେ ବ୍ୟାଙ୍କକୁ ଯାଇ ଏନପିସିଆଇ କ୍ଲିୟର କରିପାରିବେ । ଏହା ପରେ ଯାଇ ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+