Subhadra Yojana: ୨୪ରେ ଆସିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା; ଲିଷ୍ଟ୍‌ରେ ନାଁ ଅଛି କି ନାହିଁ ଆପଣଙ୍କ ନାମ ?

Subhadra Yojana: ସୁଭଦ୍ରା ଯୋଜନା ବାବଦରେ ଯେଉଁମାନେ ଅବଗତ ନୁହଁନ୍ତି ସେମାନଙ୍କ ପାଇଁ ଜରୁରୀ ଖବର। ଆପଣ ଆପଣଙ୍କର ସୁଭଦ୍ରା ଯୋଜନାର ଷ୍ଟାଟସ ଚେକ କରିପାରିବେ। ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ଷ୍ଟାଟସ ଦେଖି ପାରିବେ ଏଥିରୁ ଆପଣ ଜାଣି ପାରିବେ ଯେ ଆପଣଙ୍କ ଆପ୍ଲିକେସନ ପେଣ୍ଡିଙ୍ଗ ଅଛି କି ରିଜେକ୍ଟ ହୋଇଛି ।

ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। କିଛିଦିନ ମଧ୍ୟରେ ହିତାଧିକାରୀ ଆକାଉଣ୍ଟକୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯିବ। ଏଥର ଆଉ ୨୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା । ଏ ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।

ତେବେ ସେପ୍ଟେମ୍ୱର ୧୭ ତାରିଖ ମୋଦିଙ୍କ ଜନ୍ମଦିନ ଦିବସରେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତି ଆସିଥିବାବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।

Subhadra Yojan 2024

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ୧୭ ତାରିଖ ପରଠୁ ଅର୍ଥାତ ବର୍ତ୍ତମାନ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାର ର୍ନିଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ । ଜଣେ ଚାହିଁଲେ ଯେତେବେଳେ ବି ରେଜିଷ୍ଟ୍ରେସନ କରିପାରିବେ।ତେବେ ସବୁଠୁ ବଡ କଥା ହେଉଛି ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବଡ ଅପଡେଟ ଦେଇଥିଲେ । ତୃତୀୟ ପର୍ଯ୍ୟାୟର ୧୫ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ ବୋଲି କହିଥିଲେ ସିଏମ । କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ତାହା ଉପରେ ସରକାର ଗୁରୁତ୍ବ ଦେଉଥିବା ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+