Subhadra Yojana: ନୂଆବର୍ଷରେ ସୁଭଦ୍ରା ଟଙ୍କା ! ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା

Subhadra Yojana: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ପରଦା ହଟିଛି । ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦେବାକୁ ଟାର୍ଗେଟ ରଖାଯାଇଛି । ଯଦି ଏହା ନ ସରେ ତେବେ ଜାନୁଆରୀରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ସେହିଭଳି ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସେ ୧୨ ହଜାର ବଣ୍ଡା ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିଲେ। ପ୍ରଥମ କିସ୍ତିରେ ୯ ହଜାର ବଣ୍ଡା ମହିଳା ଟଙ୍କା ପାଇଛନ୍ତି । ୩ ହଜାର ଟଙ୍କା ପାଇ ନାହାନ୍ତି । ଏହି ସମସ୍ୟାର ସମାଧାନ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ଟଙ୍କା ମିଳିବ ବୋଲି ସେ କହିଛନ୍ତି ।

Subhadra Yojana

ସୂଚନା ଅନୁସାରେ ଗତକାଲି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବଣ୍ଡା ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଘାଟିରେ ପାନୀୟ ଜଳ, ମୋବାଇଲ ଟାୱାର ଏବଂ ଯୋଗାଯୋଗ ପାଇଁ ବସ ଆବଶ୍ୟକ ବୋଲି ଅଭିଯୋଗ କରିଥିଲେ ବଣ୍ଡା ଜନଜାତି । ଏହି ସବୁ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ଆବଶ୍ୟକତା :

କ) ଯେଉଁ ମହିଳାମାନେ ଯୋଗ୍ୟ ଅଟନ୍ତି ଏବଂ ସୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ନିମ୍ନଲିଖିତ ସର୍ତ୍ତାବଳୀ ସୁନିଶ୍ଚିତ କରିବାକୁ ପଡିବ:
ସେମାନଙ୍କ ନିଜ ନାମରେ ଆଧାର କାର୍ଡ / ଆଧାର ନମ୍ବର ରହିବା ଆବଶ୍ୟକ ।
ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମୋବାଇଲ୍ ନମ୍ବରକୁ ଆଧାର କାର୍ଡ ସହିତ ଲିଙ୍କ୍ କରିଥିବେ ।
ସେମାନଙ୍କର ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ ଯାହା ଆଧାର-ସକ୍ଷମ ଏବଂ ସିଧାସଳଖ ଲାଭ ସ୍ଥାନାନ୍ତରଣ (DBT)- ସକ୍ଷମ ଅଟେ ।
ଖ) ଯଦି ହିତାଧିକାରୀଙ୍କ ପାଖରେ ଆଧାର ନମ୍ବର ନାହିଁ କିମ୍ବା ତାଙ୍କ ଆଧାର କାର୍ଡରେ ତଥ୍ୟ ମେଳ ଖାଉନାହିଁ, ତେବେ ତାଙ୍କୁ ଆଧାର ଅଧୀନରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ କିମ୍ବା ଆବଶ୍ୟକ ଅନୁଯାୟୀ ତଥ୍ୟ ସଂଶୋଧନ କରିବାକୁ ପଡିବ।

ଗ) ଯଦି ହିତାଧିକାରୀଙ୍କର ଏକକ ଆଧାର-ସକ୍ଷମ ଏବଂ ଡିବିଟି-ସକ୍ଷମ ବ୍ଯାଙ୍କ ଆକାଉଣ୍ଟ ନାହିଁ, ତେବେ ତାଙ୍କୁ (କ) ଏକକ ଧାରକ ବ୍ଯାଙ୍କ ଆକାଉଣ୍ଟ ଖୋଲିବା, (ଖ) ବ୍ଯାଙ୍କ ଆକାଉଣ୍ଟକୁ ଆଧାର-ସକ୍ଷମ କରିବା, (ଗ) ବ୍ଯାଙ୍କ ଆକାଉଣ୍ଟକୁ ଡିବିଟି-ସକ୍ଷମ କରିବା ଏବଂ (ଘ) e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ।

ଘ) ୨୦୨୪-୨୫ ଆର୍ଥିକ ବର୍ଷରେ, ଅନୁମୋଦନ ତାରିଖ ନିର୍ବିଶେଷରେ ସମସ୍ତ ହିତାଧିକାରୀ ଯୋଜନାର ଶୁଭାରମ୍ଭ ତାରିଖ ଠାରୁ ସୁଭଦ୍ରା ଅଧୀନରେ ୧୦,୦୦୦ ଟଙ୍କାର ସମ୍ପୂର୍ଣ୍ଣ ଲାଭ ପାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+