Subhadra Yojana: ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ
ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ । ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ।
ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

ହିତାଧିକାରୀ ମହିଳାଙ୍କ ଖାତାକୁ ଉଭୟ କିସ୍ତି ବାବଦକୁ ୫ହଜାର ଟଙ୍କା ଲେଖାଏ ଯିବ। ପୂର୍ବରୁ ୪ଟି ପର୍ଯ୍ୟାୟରେ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ଟଙ୍କା ଯାଇଥିବାବେଳେ ପ୍ରାୟ ୨ଲକ୍ଷ ମହିଳା ବାଦ୍ ପଡ଼ିଥିଲେ। ତେଣୁ ବାଦ୍ ପଡ଼ିଥିବା ମହିଳାଙ୍କୁ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଦିଆଯିବ ବୋଲି କୁହାଯାଇଛି।












Click it and Unblock the Notifications