‘ସୁଭଦ୍ରା' ଯୋଜନା: ଆଜିଠୁ ସୁଭଦ୍ରା ଫର୍ମ ଦାଖଲ, କେଉଁଠି ଦାଖଲ ହେବ ଫର୍ମ, କେମିତି ପୂରଣ କରିବେ ‘ସୁଭଦ୍ରା' ଫର୍ମ?

ଭୁବନେଶ୍ବର : 'ସୁଭଦ୍ରା' ଯୋଜନା ପାଇଁ ସେପ୍ଟେମ୍ବର ୧ ତାରିଖଠାରୁ ଆବେଦନ ଆରମ୍ଭ ହୋଇଛି । ଏହି ଯୋଜନାର ଲାଭ ପାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼ । ଆଉ ଏହାରି ମଧ୍ୟରେ ଗତକାଲି ମଧ୍ୟ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରାଯାଇଛି।

ତେବେ ଲୋକମାନେ ଫର୍ମ ପୂରଣ କରୁଥିଲେ ମଧ୍ୟ ଏବେ ଦାଖଲ ଆରମ୍ଭ ହୋଇନାହିଁ । ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆଜି ଅର୍ଥାତ ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହେବ । ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ଦ୍ୱାରା ନିରୂପିତ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରାଯିବ ।

Subhadra Yojana

କେମିତି ପୂରଣ କରିବେ 'ସୁଭଦ୍ରା' ଫର୍ମ?

  • ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ।
  • ପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିବେ
  • ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଲେଖିବେ
  • ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍‌ ମାରିବାକୁ ହେବ
  • ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ ହୋଇଥିବା ନମ୍ବର ଦେବାକୁ ହେବ
  • ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ମଧ୍ୟ ଦେଇପାରିବେ
  • ତା'ପରେ ଠିକଣା ଲେଖି, ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ
  • ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ
  • ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ
  • ଆବେଦନ କରିବା ପରେ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ
  • ସୋମବାର ଉନ୍ମୋଚିତ ହୋଇଥିବା ୱେବ୍‌ ପୋର୍ଟଲ www.subhadra.odisha.gov.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିବ ।
  • ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି । ସୁଭଦ୍ରା ଯୋଜନା ସମ୍ୱନ୍ଧୀୟ କୌଣସି ନୂଆ ଘୋଷଣା ମଧ୍ୟ ମହିଳାମାନେ ଏହି ୱେବ ପୋର୍ଟାଲରେ ପାଇପାରିବେ ଅନ୍ୟ କିଛି ଜାଣିବାକୁ ହେଲେ ମହିଳମାନେ ଟୋଲ ଫ୍ରୀ ନମ୍ୱର -୧୪୬୭୮ ରେ କଲ କରିପାରିବେ।

ସୁଭଦ୍ରା ଯୋଜନା ପାଇଁ କଣ ଆବଶ୍ୟକ ?

ଆଧାର କାର୍ଡ
ମୋବାଇଲ ନମ୍ବର
ବ୍ୟାଙ୍କ ଆକାଉଣ୍ଟ
ରାସନ କାର୍ଡ
କେଉଁମାନେ କରିପାରିବେ ଆବେଦନ:

ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ
ଆବେଦନକାରୀଙ୍କ ବୟସ 21 ବର୍ଷରୁ ଅଧିକ 60 ବର୍ଷରୁ କମ ହୋଇଥିବ
ଆବେଦନକାରୀଙ୍କ ପରିବାର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ
ପରିବାରର କୌଣସି ସଦସ୍ୟ ସାଂସଦ କିମ୍ବା ବିଧାୟକ ହୋଇନଥିବେ

କେଉଁମାନେ ସାମିଲ ହୋଇପାରିବେନି ?
୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ ବୟସର ମହିଳା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଯୋଗ୍ୟ ବିବେଚରିତ ହେବେ । ଯଦି କୌଣସି ମହିଳା ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନାରେ (ପେନସନ ଓ ଛାତ୍ରବୃତ୍ତି) ମାସିକ ୧୫୦୦ କିମ୍ବା ବାର୍ଷିକ ୧୮ ହଜାରରୁ ଅଧିକ ଟଙ୍କା ପାଉଥିବେ ଏହି ଯୋଜନାରେ ସାମଲ ହୋଇପାରିବେ ନାହିଁ ।

କୌଣସି ମହିଳା ନିଜେ କିମ୍ବା ତାଙ୍କ ପରିବାରରେ କେହି ସଦସ୍ୟ ବର୍ତ୍ତମାନ ଓ ପୂର୍ବତନ ସାଂସଦ କି ବିଧାୟକ ହୋଇଥିବେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । ମହିଳା ଯଦି ଆୟକର ଦେଉଥିବେ ତେବେ ସେ ଯୋଜନାରେ ସାମିଲ ହୋଇପାରିବେ ନାହିଁ । ପୌରାଞ୍ଚଳ ଓ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି (କେବଳ ଓ୍ବାର୍ଡ ମେମ୍ବର ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ବ୍ୟତୀତ), ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ ସୁଭଦ୍ରା ସହାୟତା ପାଇବେ ନାହିଁ। ସରକାରଙ୍କ ଦ୍ଵାରା ମନୋନୀତ ପ୍ରତିନିଧି, ୫ ଏକରରୁ ଅଧିକ ଜଳସେଚିତ ଜମି ଥିଲେ ଏବଂ ୧୦ ଏକରରୁ ଅଧିକ ଅଣ ଜଳସେଚିତ ଜମି ଥିଲେ ସହାୟତା ମିଳିବ ନାହିଁ । ଟ୍ରାକ୍ଟର, ମିନିଟ୍ରକ, ଛୋଟ ବାଣିଜ୍ୟିକ ଯାନ ଓ ଚାରି ଚକିଆ ଯାନ ଥିବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।

ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ରାଜଧାନୀର ଦେଢ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ:

ସୁଭଦ୍ରା ଯୋଜନାକୁ ହିତାଧିକାରୀଙ୍କ ଆବେଦନକୁ ନେଇ ବିଏମ୍ସି କମିଶନର ରାଜେଶ ପାଟିଲ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏହି ଯୋଜନାକୁ ଅଧିକରୁ ଅଧିକ ତ୍ଵରାନ୍ବିତ କରିବା ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଚାଲିଛି । ଆନୁମାନିକ ଭୁବନେଶ୍ବରରେ ୧.୫ ଲକ୍ଷ ରୁ ୧.୭ ଲକ୍ଷ ହିତାଧିକାରୀ ହେବେ। ସେହି ଅନୁସାରେ ୧ ଲକ୍ଷ ଫର୍ମ ପ୍ରିଣ୍ଟ ସରିଛି। ଏଯାବତ ୫୦ ହଜାର ହିତାଧିକାରୀ ଫର୍ମ ନେଇସାରିଲେଣି । ଫର୍ମ ବା ଆବେଦନ ପତ୍ର ବାଣ୍ଟିବାକୁ ଜାଗା ଚି଼ହ୍ନଟ ହୋଇଛି। ସହରର ସବୁ ଅଙ୍ଗନୱାଡି ସେଣ୍ଟର ରେ ବଣ୍ଟାଯିବ ଫର୍ମ । ଏହାସହ କମନ ସେଣ୍ଟର, ମୋ ସେବା କେନ୍ଦ୍ରରେ ମଧ୍ୟ ବଣ୍ଟା ଯିବ । ଏନେଇ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ବି ବ୍ୟବସ୍ଥା ହୋଇଛି । ଅଭିଯୋଗ ପାଇଁ 1929 ହେଲ୍ପ ଲାଇନ ନମ୍ବର ରଖାଯାଇଛି ।

ସୁଭଦ୍ରା' ଆବେଦନ ପାଇଁ ଜନସେବା କେନ୍ଦ୍ରରେ ଭିଡ଼ ପ୍ରସଙ୍ଗ। ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତଙ୍କ ସୂଚନା। 'ସୁଭଦ୍ରା' ଆବେଦନ ପାଇଁ ୪ଟି ମୋଡ୍‌ରେ ହେଉଛି ଆଧାର ଅଥେଣ୍ଟିକେସନ'। ମୋବାଇଲ, ବାୟୋମେଟ୍ରିକ, ଫେସ୍‌, ଆଇରିସ ଜରିଆରେ ଅଥେଣ୍ଟିକେସନ' କୌଣସିଟିରେ ବି ଅଥେଣ୍ଟିକେସନ ହେଲେ ଆଧାର ଅପଡେଟ୍‌ ଜରୁରୀ ନାହିଁ। ଜନସେବା କେନ୍ଦ୍ର ଆଧାର ଅପଡେଟ୍‌ ପାଇଁ ଅଧିକ ଟଙ୍କା ମାଗୁଥିଲେ ଜଣାନ୍ତୁ। ନିର୍ଦ୍ଧାରିତ ଠାରୁ ଅଧିକ ଟଙ୍କା ମାଗୁଥିଲେ ୧୪୬୭୮ ନମ୍ବରରେ ଜଣାନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+