Subhadra Yojana: ପୁଣି ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଏହି ଦିନ କରନ୍ତୁ ଆକାଉଣ୍ଟ ଚେକ୍
ପୁଣି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଖାତାକୁ ଆସିବ ସିଧାସଳଖ ୫ ହଜାର ଟଙ୍କା । ଏଥର ଆଉ ୨୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା । ଏ ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ସୁନ୍ଦରଗଡ଼ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ କିସ୍ତି ଟଙ୍କା ପଠାଯିବ । ଆଉ ଦୁଇ ସପ୍ତାହ ପରେ ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା ନଭେମ୍ବର ୨୪ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ଘୋଷଣା କରିଥିଲେ । ଆଉ ଘୋଷଣା ମୁତାବକ ଧାର୍ଯ୍ୟ ତାରିଖରେ ହିଁ ଆସିବ ଟଙ୍କା ।
ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟର ୧୫ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ବଣ୍ଟାଯିବ । ତୃତୀୟ ପର୍ଯ୍ୟାୟ ଟଙ୍କା ଯଦି ୨୪ ତାରିଖରେ ବଣ୍ଟନ କରାଯିବ ତେବେ ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ବି ସୂଚନା ଦେଇ ସାରିଛନ୍ତି ପ୍ରଭାତୀ ପରିଡା ।

ତୃତୀୟ ପର୍ଯ୍ୟାୟ ଟଙ୍କା ଯଦି ୨୪ ତାରିଖରେ ବଣ୍ଟନ କରାଯିବ ତେବେ ତାର ୧୫ ଦିନ ଅର୍ଥାତ୍ ଡିସେମ୍ବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ଶେଷ ଆଡ଼କୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ସମ୍ଭାବନା ରହିଛି । ସୁଭଦ୍ରା ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ପଠାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳା ପାଇଥିଲେ କିସ୍ତି ଟଙ୍କା। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହି ଆସୁଛନ୍ତି ଯେ ସୁଭଦ୍ରା ଯୋଜନାରୁ କୌଣସି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ । ଏମିତି କି ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ମଧ୍ୟ ପୁନଃ ଯାଞ୍ଚ କରାଯିବ । ତୃତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀ ଭାବେ ଅଙ୍ଗନବାଡ଼ି କର୍ମୀ ଓ ଏମବିକେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।












Click it and Unblock the Notifications