Subhadra Yojana: କାଲି ଆସିବ ସୁଭଦ୍ରା ଟଙ୍କା; ମୋବାଇଲରେ କେମିତି କରିବେ ଚେକ?

କାଲି ଏମାନଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଆସନ୍ତାକାଲି ଦ୍ୱିତୀୟ କିସ୍ତିରେ ଆକାଉଣ୍ଟକୁ ୫ ହଜାର ଆସିବ । ଏନେଇ ପୂର୍ବରୁ ବଡ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି..କିନ୍ତୁ ଟଙ୍କା ଆସିନି କିମ୍ୱା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ । ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ।

Subhadra Yojana

ପୂର୍ବ ପର୍ଯ୍ୟାୟ ଗୁଡିକରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିଥିଲେ ବି ମୋବାଇଲକୁ କୌଣସି ମେସେଜ ଆସିନଥିଲା । ଯାହା ପରେ ବ୍ୟସ୍ତ ହୋଇପଡିଥିଲେ ହିତାଧିକାରୀ । ଅଧିକାଂଶଙ୍କ ପାଖରେ ଫୋନରେ ୟୁପିଆଇ ବ୍ୟବସ୍ଥା ନଥିବା ହେତୁ ଟଙ୍କା ଆସିଛି କି ନାହିଁ ସେନେଇ ସେମାନେ ସ୍ପଷ୍ଟ ହୋଇପାରୁନଥିଲେ । କେଉଁଠି କେଉଁଠି ବ୍ୟାଙ୍କ କିମ୍ୱା ଏଟିଏମ ଯାଇ ତୁରନ୍ତ ଚେକିଂ କରିବାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ନାହିଁ । ଏପରି କ୍ଷେତ୍ରରେ କେମିତି ଜାଣିବେ ଟଙ୍କା ଆପଣଙ୍କ ଖାତାକୁ ଆସିଛି କି ନାହିଁ....

ରାଜ୍ୟ ସରକାର ସମସ୍ତ ବର୍ଗର ବିକାଶ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ହେଉଛି ଗୋଟିଏ । ଏହି ସ୍କିମରେ ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର ।

Subhadra Yojana Status:

ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ, ସେମାନଙ୍କ ଆବେଦନର ଷ୍ଟାଟସ ବାବଦରେ । ଏଥିପାଇଁ ସରକାରୀ ୱେବସାଇଟ ସୁଭଦ୍ରା ପୋର୍ଟାଲକୁ ପରିଦର୍ଶନ କରିବାକୁ ପଡିବ ।

ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ ।

ଏହା ପରେ ଆପଣଙ୍କ ଆଧାର ସହ ରେଜିଷ୍ଟ୍ରର ଥିବା ମୋବାଇଲ ନଂକୁ ଓଟିପି ଆସିବ । ସେହି ଓଟିପି ପ୍ରବେଶ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଆପ୍ଲିକେସନର ଷ୍ଟାଟସ ଦେଖାଯିବ ।

ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ । ତଳେ ଏକ ବକ୍ସ, ଇ କେୱାଇସି ଷ୍ଟାଟସ, ଇ କେୱାଇସି ପ୍ରକାର, ସ୍ୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି ଦେଖାଯିବ । ଯଦି ଇ କେୱାଇସି ଷ୍ଟାଟସରେ ପେଣ୍ଡିଂ ଦେଖାଯାଉଛି, ତେବେ ଆପଣ ତୁରନ୍ତ ଇକେୱାଇସି କରିନିଅନ୍ତୁ । ସ୍ୱୀକୃତି ଷ୍ଟାଟସରେ ଅଣ୍ଡର ପ୍ରୋସେସ ଲେଖାଥିଲେ ସେମାନଙ୍କ ଆବେଦନ ସରକାରଙ୍କ ବିଚାରଧୀନ ଅଛି ବୋଲି ଜାଣିବେ ।

ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜରେ ରିଜେକ୍ଟ ବୋଲି ଲେଖାଯିବ । ଏହି ଷ୍ଟେପ ଲାପଟପ ଓ ଡେସ୍କଟପ ପାଇଁ ପ୍ରଜ୍ୟୁଜ । ଜଣେ ମୋବାଇଲରେ ଚାହିଁଲେ ମଧ୍ୟ ଷ୍ଟାଟସ ଚେକ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+