Subhadra Yojana: କାଲି ଆସିବ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା; ହେଲେ ଏମାନଙ୍କୁ ମିଳିବନି

ଆଉ ମାତ୍ର ୧ ଦିନ ପରେ ମିଳିବ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଫେବୃଆରୀ ୮ ତାରିଖରେ ଆସିବ ସୁଭଦ୍ରା ଟଙ୍କା । ଯାଜପୁରରେ ଦିଆଯିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଥିଲେ, ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି ।

ଯେଉଁମାନେ NPCI କ୍ଲିୟର କରିନାହାନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କରୁ ଫୋନ ଆସିଛି ସେମାନେ ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ କରାଇ ନେବାକୁ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ । NPCI କ୍ଲିୟର ନହେଲେ ଟଙ୍କା ଆକାଉଣ୍ଟକୁ ଆସିବ ନାହିଁ ।

ବ୍ୟାଙ୍କ ଯାଇ ବାୟୋମେଟ୍ରିକ ସହ NPCI କରିବାକୁ ଆବେଦନକାରୀଙ୍କୁ ଅପିଲ କରିଥିଲେ ପ୍ରଭାତୀ ପରିଡା । କାରଣ NPCI କ୍ଲିୟର ହୋଇନଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇପାରିବ ନାହିଁ ।

Subhadra Yojana

ଏଥର ୨୦ ଲକ୍ଷ ହିତାଧିକାରୀ ପାଇବେ ଟଙ୍କା । ଯେଉଁମାନେ NPCI କରିନାହାନ୍ତି ସେମାନେ ସମସ୍ତେ ଯୋଗ୍ୟ ହିତାଧିକାରୀ । ସେମାନେ ପାରାମିଟରରେ ଆସୁଛନ୍ତି, କେବଳ ବ୍ୟାଙ୍କ ଲିଙ୍କ୍ ଅସୁବିଧା ଅଛି । ଆଉ ସେମାନଙ୍କୁ NPCI କରାଇ ନେବାକୁ ଅପିଲ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ।

ମାର୍ଚ୍ଚରେ ଦୁଇଟି କିସ୍ତିରେ ସୁଭଦ୍ରା କିସ୍ତି ଟଙ୍କା

ଯେଉଁମାନେ ଫେବୃଆରୀ ୮ରେ ନପାଇବେ, ସେମାନେ ଆବେଦନ କଲେ ସେମାନଙ୍କୁ ମାର୍ଚ୍ଚରେ ଦୁଇଟି କିସ୍ତିରେ ସୁଭଦ୍ରା କିସ୍ତି ଟଙ୍କା ଦିଆଯିବ । ଏକାବେଳେ ସେମାନେ ଦୁଇଟି ସୁଭଦ୍ରା କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ ।

କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି?

ତେବେ କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି? ଆବେଦନ କରିଥିଲେ ବି କଟିଯିବ ନାଁ । ଜାଣନ୍ତୁ ରାଜ୍ୟର ସରକାରଙ୍କ ଗାଇଡଲାଇନ୍ କଣ ରହିଛି । ଯେଉଁ ମହିଳାମାନେ ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସିଟି ପୂରଣ କରନ୍ତି, ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ । ବା ସେମାନଙ୍କର ନାଁ କାଟି ଦିଆଯିବ ।

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ ।

ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତା ଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ସେମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ସେହିଭଳି ଆୟକର ଦେଉଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।

ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body). କିମ୍ବା ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋସିଂ ଏଜେନ୍ସି ମାଧ୍ଯମରେ ନିୟୋଜିତ ସମସ୍ତ / କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।

ଯଦି ଅବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ । ସେହିଭଳି ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ଗାଡି ଥିଲେ ସୁଭଦ୍ରା ଟଙ୍କା ପାଇବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+