କାଲି ଆସିବ ସୁଭଦ୍ରା ଟଙ୍କା; ମାର୍ଚ୍ଚ ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି
କାଲି ଆସିବ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ।
ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ'। ଶୁକ୍ରବାର ସନ୍ଧ୍ୟାରେ 'ସୁଭଦ୍ରା ସହାୟତା' ପାଇଥିବା ସବୁ ହିତାଧିକାରୀ ମା' ସୁଭଦ୍ରାଙ୍କ ନାଁରେ ଦୀପ ଜଳାଇବେ। ନିଜ ଘରର ମୁଖ୍ୟଦ୍ୱାରରେ ଦୀପଟିଏ ଜାଳି ସଫଳତା ପାଳନ କରିବାକୁ ଆହ୍ୱାନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଗୁରୁବାର ସୁଭଦ୍ରା ଟଙ୍କା ବାଣ୍ଟିବା ପରେ 'ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ' ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଥିଲେ, ମା' ସୁଭଦ୍ରା ଆମକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛନ୍ତି । ସେଥିନିମନ୍ତେ, ଆମ ପରିବାରର ମଙ୍ଗଳ, ଆମ ସମାଜ, ରାଜ୍ୟ ତଥା ମହିଳାଙ୍କ ସଶକ୍ତୀକରଣ ପାଇଁ ଶୁକ୍ରବାର ସନ୍ଧ୍ୟାରେ 'ସୁଭଦ୍ରା ସହାୟତା' ପାଇଥିବା ସବୁ ହିତାଧିକାରୀ ମା' ସୁଭଦ୍ରାଙ୍କ ନାଁରେ ଦୀପ ଜାଳିବାକୁ କହିଥିଲେ। ନିଜ ଘରର ମୁଖ୍ୟଦ୍ୱାରରେ ଦୀପଟିଏ ଜାଳି ସଫଳତା ପାଳନ କରିବା । ଗୋଟିଏ ଘରେ ଏକାଧିକ ସୁଭଦ୍ରା ଥିଲେ ଘର ଦ୍ୱାରରେ ଏକାଧିକ ଦୀପ ଜାଳିବାକୁ ସେ କହିଛନ୍ତି ।

।ସେପଟେ, ଏହିମାସ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ରାଜ୍ୟ ସରକାର । ସୂଚନା ଅନୁସାରେ, ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବାର ବ୍ୟବସ୍ଥା ହୋଇଛି । ପୂର୍ବ ସୂଚନା ଅନୁସାରେ, ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତିର ଟଙ୍କା ଅର୍ଥାତ୍ ୧୫ ହଜାର ଟଙ୍କା ।












Click it and Unblock the Notifications