ସୁଭଦ୍ରା ଯୋଜନା: ସର୍ଭର ସମସ୍ୟା ଆବେଦନରେ ବାଧକ, ଲୋକେ ହନ୍ତସନ୍ତ
ସୁଭଦ୍ରା ଯୋଜନା ପାଇଁ ଲୋକେ ହନ୍ତସନ୍ତ । ଦିନରାତି ଏକ କରି ମହିଳାମାନେ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି । ହେଲେ ସର୍ଭର ସମସ୍ୟା ଯୋଗୁଁ ଆବେଦନ କରିବା ସମ୍ଭବ ହେଉ ନାହିଁ । ଫଳରେ ଅନେକ ଗ୍ରାମରେ ଲୋକେ ଦିନ ସାରା ଜଗି ଜଗି ନିରାଶ ହୋଇ ଫେରୁଛନ୍ତି । ରାତିରେ ବି ଉଜାଗର ରହି ଜନ ସେବା କେନ୍ଦ୍ର ଆଗରେ ଅପେକ୍ଷା କରିରହିଛନ୍ତି। କାଳେ ସର୍ଭର ସମସ୍ୟା ଦୂର ହେବ ଆଉ ପଞ୍ଜିକରଣ ସମ୍ଭବ ହେବ ।
ମହିଳା ମାନେ ରାତି ସାରା ଜଗି ରହିଛନ୍ତି ଜନ ସେବା ଆଗରେ । ସବୁ ଠାରୁ ବଡ଼ ଘଟଣା ହେଲା ସରକାର ଙ୍କ ଏହି ଜନ ହିତକାରୀ ଯୋଜନା ଏବେ ଲୋକଙ୍କ ପଞ୍ଜିକରଣ ରେ ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଥିବା ବେକେ ସର୍ଭର ସମସ୍ୟା ଦୁରକରିବା ପାଇଁ ସାଧାରଣ ରେ ଦାବି କରିଛନ୍ତି।

ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ( Objective of Subhadra Yojana Odisha )
ଭାରତ ସରକାରଙ୍କ ସମସ୍ତ ଯୋଜନା ପରି ଏହି ଯୋଜନା ମଧ୍ୟ ମହିଳାଙ୍କୁ ଆର୍ଥିକ ରୂପରେ ଶସକ୍ତ କରିବା ଦିଗରେ ବୃହତ ଭୂମିକା ଗ୍ରହଣ କରିବ ବୋଲି ସରକାରଙ୍କ ଆଶା । ଯାହା ଫଳରେ ଓଡ଼ିଶାର ମହିଳା ମାନେ ଆର୍ଥିକ କ୍ଷେତ୍ରରେ ବହୁତ ଉପକୃତ ହେବେ ଏବଂ ନିଜ ପାରିବାରିକ ଜୀବିକା ନିର୍ବାହ କରିବାରେ ସକ୍ଷମ ହେବେ । ସୁଭଦ୍ରା ଯୋଜନା ( Subhadra Yojana ) ଘୋଷଣା କରିବା ପଛର ମୁଖ୍ୟ ଉଦେଶ୍ୟ ହେଲା ଓଡ଼ିଶାର ମହିଳା ମାନଙ୍କୁ ସଶକ୍ତ କରିବା । ଏହି ଯୋଜନା ମାଧ୍ୟମରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ମାନଙ୍କୁ ଦୁଇ ବର୍ଷ ମଧ୍ୟରେ ପଚାଶ ହଜାର ( 50,000 ) ଟଙ୍କା ପ୍ରଦାନ କରିବେ । ଏହି ଯୋଜନାର ଆଉ ଏକ ମୁଖ୍ୟ ଉଦେଶ୍ୟ ହେଲା ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ଏବଂ ପ୍ରତ୍ୟେକ ଗରିବ ମହିଳାଙ୍କୁ ଆର୍ଥିକ ଶକ୍ତି ପ୍ରଦାନ କରିବା |
ସୁଭଦ୍ରା ଯୋଜନା ଓଡ଼ିଶା ଯୋଗ୍ୟତା ( Subhadra Yojana Odisha Eligibility Criteria )
ଆବେଦନକାରୀ ଓଡ଼ିଶା ରାଜ୍ୟର ସ୍ଥାୟୀ ମହିଳା ବାସିନ୍ଦା ହୋଇଥିବା ଜରୁରୀ।
୧ ଜୁଲାଇ ୨୦୨୪ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ କିମ୍ବା ତଦୁର୍ଦ୍ଧ ଏବଂ ୬୦ ବର୍ଷରୁ କମ ହୋଇଥିବା ଆବଶ୍ୟକ।
ଆବେଦନକାରୀ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ମାସକୁ ୧୫୦୦ କିମ୍ବା ବର୍ଷକୁ ୧୮୦୦୦ ଟଙ୍କା ତଥା ତାଠାରୁ ଅଧିକ ଆର୍ଥିକ ସହାୟତା ପାଉନଥିବେ।
ଆବେଦନକାରୀ କିମ୍ବା ପରିବାରର କୌଣସି ସଦସ୍ୟ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନ ସଭା ସଦସ୍ୟ ହୋଇନଥିବେ।
ଆବେଦନକାରୀ ତଥା ତାଙ୍କ ପରିବାରର କୌଣସି ସଦସ୍ୟ ଆୟକର ଦାତା ହୋଇନଥିବେ।
ଆବେଦନକାରୀ କିମ୍ବା ତାଙ୍କ ପାରିବାରିକ ସଦସ୍ୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନର ଜଣେ ନିର୍ବଚିତ ଜନପ୍ରତିନିଧି ହୋଇ ନଥିବେ। (ୱାର୍ଡ ମେମ୍ବର/କାଉନସିଲର ବ୍ୟତୀତ)
ଆବେଦନକାରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ସ୍ଥାୟୀ କିମ୍ବା ଅସ୍ଥାୟୀ ସଂସ୍ଥାର କର୍ମଚାରୀ ତଥା ପେନସନ ଧାରି ହୋଇନଥିବେ।
ପରିବାରର କୌଣସି ସଦସ୍ୟ ଭାରତ ତଥା ରାଜ୍ୟ ସରକାରଙ୍କ କୌଣସି ସରକାରୀ ବିଭାଗ/ଉଦ୍ୟୋଗ/ବୋର୍ଡ/ସ୍ଥାନୀୟ ସଂସ୍ଥା/ନିୟମିତ କର୍ମଚାରୀ/ସ୍ଥାୟୀ କର୍ମଚାରୀ/ଚୁକ୍ତି ଭିକ୍ତିକ କର୍ମଚାରୀ ଅଥବା ନିର୍ବାଚିତ ପ୍ରତିନିଧି ହୋଇ ନଥିବେ ଅଥବା ପେନସନଧାରୀ ହୋଇ ନଥିବେ।
ଆବେଦନକାରୀ କିମ୍ବା କୌଣସି ପାରିବାରିକ ସଦସ୍ୟଙ୍କର ୫ ଏକର ଜଳ ସେଚିତ ଜମି କିମ୍ବା ୧୦ ଏକର କିମ୍ବା ତଦୁର୍ଦ୍ଧ୍ବ ଅଣ ଜଳସେଚିତ ଜମି ନ ଥିବ।
ଆବେଦନକାରୀଙ୍କ ତଥା ତାଙ୍କ ପାରିବାରିକ ସଦସ୍ୟଙ୍କ ପାଖରେ କୌଣସି ଟ୍ରାକ୍ଟର, ମିନି ଟ୍ରକ, ଛୋଟ ବାଣିଜ୍ୟିକ ଯାନ ଏବଂ ହାଲୁକା ମାଲବାହୀ ଯାନ ବ୍ୟତୀତ ଭାରି ଯାନ କିମ୍ବା ଚାରିଚକିଆ ଗାଡ଼ି ନ ଥିବ।
ଆବେଦନକାରୀ ତଥା ତାଙ୍କ ପାରିବାରିକ ମୋଟ ବାର୍ଷିକ ଆୟ ୨,୫୦,୦୦୦ (ଅଢେଇ ଲକ୍ଷ୍ୟ) ମଧ୍ୟରେ ହୋଇଥିବା ଆବଶ୍ୟକ।












Click it and Unblock the Notifications