Subhadra Yojana: ୧ କୋଟି ୬୩ ହଜାର ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଦ୍ଵିତୀୟ କିସ୍ତି ଟଙ୍କା

୧ କୋଟି ୬୩ ହଜାର ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଦ୍ଵିତୀୟ କିସ୍ତି ଟଙ୍କା । ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ ୮) ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିଛି । ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଛନ୍ତି। ଆଜି ପାଖାପାଖି ୧ କୋଟି ୬୩ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଛି |

Subhadra Yojana

୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ୨ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ୟାଙ୍କରେ ସମସ୍ୟା ଯୋଗୁଁ ଟଙ୍କା ଯାଇପାରିନଥିଲା | ବିଶେଷ କରି ଏନପିସିଆଇ ସମସ୍ୟା ଯୋଗୁଁ ୨ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନଥିବାବେଳେ ମାର୍ଚ୍ଚ ୮ରେ ଏମାନଙ୍କୁ ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ| ସେହିଭଳି ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ସେମାନଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ସୂଚନା ଦେଇଥିଲେ|

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+