Subhadra Scheme: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର; ନୂଆବର୍ଷରେ ୩ ଥର ମିଳିବ ସୁଭଦ୍ରା କିସ୍ତି

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ନୂଆ ବର୍ଷରେ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ବଡ଼ ଭେଟି । ଏ ନେଇ ପୁଣି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ । ସୋମବାର ଏମିତି କିଛି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରିବା ସହିତ ଏମିତି ବୟାନ ଦେଇଥିଲେ ସେ ।

ନୂଆବର୍ଷରେ ୩ ଥର ମିଳିବ ସୁଭଦ୍ରା ଟଙ୍କା । ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ସୋମବାର ଏହା କହିଥିଲେ ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ନୂଆ ବର୍ଷରେ ମା ମାନେ ନୂଆ ଖବର ପାଇବେ। ନୂଆ ବର୍ଷରେ ମା ମାନଙ୍କୁ ସୁଭଦ୍ରା ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ଟଙ୍କା ମିଳିବ। ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା ।

Subhadra YOJANA Scheme Subhadra installments will be received 3 times in the new year

ପ୍ରଭାତୀ ପରିଡା କହିଛନ୍ତି, ୨୦୨୫ ମସିହାରେ ମା ମାନଙ୍କୁ ୩ ଥର ଟଙ୍କା ମିଳିବ। ଅର୍ଥାତ ଆସନ୍ତା ନୂଆ ବର୍ଷ ୨୦୨୫ରେ ତିନି ତିନ ଥର ସୁଭଦ୍ରା ଟଙ୍କା ପାଇବେ ରାଜ୍ୟର ଲକ୍ଷ ଲକ୍ଷ ମହିଳା । ସିଧାସଳଖ DBT ମାଧ୍ୟମରେ ଆକାଉଣ୍ଟରେ ପହଞ୍ଚିବ ସୁଭଦ୍ରା ଟଙ୍କା ।

ପ୍ରଭାତୀ କହିଛନ୍ତି, ୨୦୨୫ ମସିହାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ । ମାର୍ଚ୍ଚ ୮ ରେ ପୁଣି ଖାତାକୁ ଯିବ ଟଙ୍କା । ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସରେ ଏକାବେଳେ ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯିବ ୨ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ଦିବସ ପରେ ପରେ ରକ୍ଷା ବନ୍ଧନରେ ପୁଣି ମିଳିବ ସୁଭଦ୍ରା ଟଙ୍କା । ରକ୍ଷୀ ପୂର୍ଣ୍ଣିମାରେ ୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇବେ ରାଜ୍ୟର ସମସ୍ତ ମହିଳା ।

ତେଣୁ ୨୦୨୫ରେ ସୁଭଦ୍ରା ହିଁ ସୁଭଦ୍ରା ହେବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ପ୍ରଭାତୀ ପରିଡା ଆହୁରି ମଧ୍ୟ କହିଛନ୍ତି ଯେ, ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଆଜି ଆସିବ ଫିଲଡ଼ ରିପୋର୍ଟ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ।

ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ। ଏ ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ। ଯେମିତି କେହି ବଂଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+