Subhadra Yojana: 'ସୁଭଦ୍ରା' ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା, ୯ ତାରିଖରେ ଆସିବ ପୁରା ଟଙ୍କା
ପରୀକ୍ଷା ମୂଳକ ଭାବେ ବ୍ୟାଙ୍କ୍ ଖାତାକୁ ଗଲା ସୁଭଦ୍ରା ଟଙ୍କା। ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଠିକ୍ ଅଛି କି କି ନାହିଁ, ଏହାର ପରୀକ୍ଷଣ ପାଇଁ ସମସ୍ତଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର ।

୯ ତାରିଖରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସଂପୁର୍ଣ୍ଣ ଟଙ୍କା ଆସିବ। ସୂଚନାନୁଯାୟୀ, ଆଜିଠାରୁ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପଠାଯାଇଛି ୧ ଟଙ୍କା ।

ଆପଣ ମୋଦି ସରକାରଙ୍କ ସୁଭଦ୍ରା ଯୋଜନାର ଟଙ୍କା ପାଇ ନାହାନ୍ତି କି? ଏଥିପାଇଁ ମନରେ ରହିଛି କି ଅବସାଦ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ୯ ତାରିଖରେ ଦିଆଯିବ । ଏହା ପୂର୍ବରୁ ପ୍ରତି ଯୋଗ୍ୟ ଉପଭୋକ୍ତାଙ୍କ ଖାତାକୁ ପରୀକ୍ଷାମୂଳକ ଭାବେ ଯିବ ଟଙ୍କାଟିଏ ଲେଖା, ଠିକ ଆଗ ଥରକ ପରି । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ଡାଟାବେଶ ପ୍ରସ୍ତୁତ ହୋଇସାରିଛି । ଆକାଉଣ୍ଟ ଲିଙ୍କ ମଧ୍ୟ ସରିଛି । ତେବେ ଆକାଉଣ୍ଟ ଲିଙ୍କ ଯାଞ୍ଚ ପାଇଁ ଆସନ୍ତା ଆଜିଠାରୁ ସମସ୍ତ ବାକି ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖା ପଠାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ସୋମବାର ଓ ମଙ୍ଗଳବାର ଦୁଇ ଦିନ ପରୀକ୍ଷା ଚାଲିବ । ବୁଧବାର ବିଧିବଦ୍ଧ ଭାବେ ଦିଆଯିବ ସୁଭଦ୍ରାର ଟଙ୍କା ।












Click it and Unblock the Notifications