ଆଜିଠୁ ‘ସୁଭଦ୍ରା‘ ଯୋଜନା ପଞ୍ଜୀକରଣ: କିପରି କରିବେ ଆବେଦନ, କୋଉଠୁ ଆଣିବେ ଫର୍ମ, କିଏ ପାଇବେ କିଏ ପାଇବେନି, ପୁରା ବିବରଣୀ ?

ଆଜିଠୁ ଅର୍ଥାତ୍‌ ରବିବାର (ସେପ୍ଟେମ୍ବର-୦୧) ଠାରୁ 'ସୁଭଦ୍ରା' ପଞ୍ଜୀକରଣ ଆରମ୍ଭ ହେବ । ସୁଭଦ୍ରା ପାଇଁ ଆବେଦନ କରିବାର ଫର୍ମ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ଏହି ଫର୍ମ ମିଳିବ । ଏଥିସହ ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳିବ । ଫର୍ମ ପୂରଣ କରିବା ପରେ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଗୋଟିଏ ପରିବାରର ଏକାଧିକ ମହିଳା ମଧ୍ୟ ଏହି ଯୋଜନାରେ ଲାଭ ପାଇବେ। ୫ ବର୍ଷରେ ୧୦ଟି କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଅଧ‌ିକ ମହିଳା ଉପକୃତ ହୋଇପାରିବେ।

ଗାଇଡଲାଇନ ଅନୁସାରେ ଯୋଜନାରେ ସାମିଲ ହେବାକୁ ହେଲେ ହିତାଧିକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର । ହିତାଧିକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅର୍ଥାତ ୨୧ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବର୍ଷର ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।

ଗାଇଡଲାଇନ୍ ଅନୁସାରେ ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ବୟସର ମାପକାଠି ଭାବେ ଗ୍ରହଣ କରାଯିବ । ସେହିପରି ହିତାଧିକାରୀଙ୍କ ବୟସ ୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ ।

Subhadra yojana Registration

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଯୋଜ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

ସୁଭଦ୍ରା' ଯୋଜନା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ । ଅଫ୍‌ଲାଇନ୍‌ ଫର୍ମ ପୂରଣ ବା ଅନ୍‌ଲାଇନ୍‌ରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ ମହିଳା । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ । ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ । ତେବେ ମହିଳାମାନଙ୍କୁ 'ସୁଭଦ୍ରା ଡିବିଟି କାର୍ଡ' ପ୍ରଦାନ କରିବେ ସରକାର । ଏହି ଯୋଜନାରେ ସାମିଲ ଥିବା ମହିଳାମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ପ୍ରତିବର୍ଷ ୨ଟି କିସ୍ତିରେ (ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସ)ରେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ୫ ବର୍ଷରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସରକାର ଏହି ଯୋଜନାରେ ପ୍ରଦାନ କରିବେ ।

କେଉଁମାନେ ସୁଭଦ୍ରା ସହାୟତା ପାଇବେ

  • ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା
  • ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା
  • ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି
  • ବର୍ଷକୁ ୧୦ ହଜାର, ୫ ବର୍ଷରେ ୫୦ ହଜାର ପାଇବେ
  • ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଦିଆଯିବ ଟଙ୍କା
  • ରାସନକାର୍ଡଧାରୀ ପରିବାର ସଦସ୍ୟ(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ )
  • ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍
  • ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
  • ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ
  • ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଡେବିଟ୍‌ କାର୍ଡ
  • ସୁଭଦ୍ରା ଯୋଜନାରେ ଅତିରିକ୍ତ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ସରକାର
  • ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ମିଳିବ ଅତିରିକ୍ତ ସହାୟତା
  • ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ
  • ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ଶହ
  • ୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି।
  • ଏହି ଯୋଜନାକୁ କାର୍ଯ୍ୟକାରୀ ଓ ତଦାରଖ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏକ 'ସୁଭଦ୍ରା ସୋସାଇଟି' ଗଠନ କରାଯିବ ।

କେଉଁମାନେ ପାଇବେନି ସୁଭଦ୍ରା ସହାୟତା

  • ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି
  • ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି
  • ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା
  • ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି
  • ସରକାରଙ୍କ ଦ୍ଵାରା ମନୋନୀତ ପ୍ରତିନିଧି, ୫ ଏକରରୁ ଅଧିକ ଜଳସେଚିତ ଜମି ଥିଲେ ଏବଂ ୧୦ ଏକରରୁ ଅଧିକ ଅଣ ଜଳସେଚିତ ଜମି ଥିଲେ ସହାୟତା ମିଳିବ ନାହିଁ । ଟ୍ରାକ୍ଟର, ମିନିଟ୍ରକ, ଛୋଟ ବାଣିଜ୍ୟିକ ଯାନ ଓ ଚାରି ଚକିଆ ଯାନ ଥିବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ

ଜାଣନ୍ତୁ କେମିତି ମିଳିବ ଫର୍ମ ଓ କେଉଁଠି କରିବେ ଆବେଦନ

  • -ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ
  • - ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟରେ ମିଳିବ
  • -ମୋ ସେବା କେନ୍ଦ୍ର,ସାଧାରଣ ସେବା କେନ୍ଦ୍ରରେ ଉପଲବ୍ଧ ହେବ ଫର୍ମ
  • -ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ ହୋଇପାରିବ
  • -ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ
  • -ଆବେଦନକାରୀ ଆବେଦନ ପାଇଁ ହିତାଧୁକାରୀଙ୍କ ପାଖରେ ଆଧାର କାର୍ଡ/ନମ୍ବର ଥ‌ିବା ଆବଶ୍ୟକ
  • -ଆଧାରକାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଜରୁରୀ
  • -ବ୍ୟାଙ୍କ ଆକାଉଣ୍ଟଟି ଚାଲୁଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ
  • -ହିତାଧ୍ୟାକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାରକାର୍ଡ ସହ ଲିଙ୍କ୍ ଥ‌ିବା ଆବଶ୍ୟକ

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଯୋଜନାର ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିସହ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରିଛନ୍ତି। ସୁଭଦ୍ରା ଯୋଜନାର ଲାଭ ଯେପରି ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ଉଠାଇପାରିବେ ସେ ନେଇ ପର୍ଯ୍ୟାପ୍ତ ସଂଖ୍ୟକ ଫର୍ମ ମୁଦ୍ରଣ କରିବା ଉପରେ ଚିଠିରେ ଗୁରୁତ୍ୱାରୋପ କରାଯାଇଛି। ଏହି ଫର୍ମ ଜିଲା ଓ ନିଗମ ମାଇକ୍ରୋ ଯୋଜନା ଅନୁଯାୟୀ ଏକାଧିକ ସ୍ଥାନରେ ବଣ୍ଟନ କରାଯିବ। ଚିଠିରେ ଫର୍ମ ପାଇଁ ଅନୁମୋଦିତ ହୋଇଥିବା ଡିଜାଇନ ସଂଲଗ୍ନ କରାଯାଇଛି। ଫର୍ମଟି ସମ୍ପୂର୍ଣ୍ଣ ଓଡ଼ିଆରେ ହେବା ସହ ଏହାର ପ୍ରିଣ୍ଟିଂ (ଆଗ, ପଛ) ମଲ୍ଟିକଲର ହେବ। ସେହିଭଳି କାଗଜର ଆକାର ୮.୩ ଇଞ୍ଚ X ୧୧.୭ ଇଞ୍ଚ, କାଗଜର ରଙ୍ଗ ଧଳା ମ୍ୟାପ୍ଲିଥୋ T ଏହାର ଘନତା ୯୦ଗ୍ରାମ ହେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ...
ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ୫ ହଜାର ଲେଖାଏଁ ବର୍ଷକୁ ୨ ଥର ମୋଟ ୧୦ ହଜାର ଟଙ୍କା ମିଳିବ । ବର୍ଷକୁ ୧୦ ହଜାର କରି ୫ ବର୍ଷ ଯାଏଁ ମିଳିବ ମୋଟ ୫୦ ହଜାର । ବର୍ଷକୁ ୨ ଥର ପ୍ରଥମ କିସ୍ତି ରାକ୍ଷୀ ଓ ୨ୟ କିସ୍ତି ମାର୍ଚ୍ଚ ୮ରେ ମିଳିବ । ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ ଟଙ୍କା ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+