ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା: ଟଙ୍କା ପାଇଲେଣି ୮୦ ଲକ୍ଷ , ଅଯୋଗ୍ୟ ୨ ଲକ୍ଷ ୨୦ ହଜାର

ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି । ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଏ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । କେଉଁ ଜିଲ୍ଲାରୁ କେତେ ସଂଖ୍ୟକ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି । ଆଉ କେତେ ଜଣ ସୁଭଦ୍ରା ଯୋଜନା ଟଙ୍କା ପାଇସାରିଛନ୍ତି ସେନେଇ ପ୍ରଶ୍ନ କରିଥିଲେ ପ୍ରଦୀପ ଦିଶାରୀ । ଯାହାର ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Subhadra Yojana

ସୂଚନା ଦେଇ ପ୍ରଭାତୀ କହିଥିଲେ, ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି । ତେବେ ୨୭ ହଜାର ୭୭୪ ଜଣ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଗତ ତ୍ରୁଟି କାରଣରୁ ଏବଂ ୨ ଲକ୍ଷ ୨୦ ହଜାର ୨୫୯ ଜଣ ଅଯୋଗ୍ୟ ବିବେଚିତ ହେବା କାରଣରୁ ଟଙ୍କା ପାଇପାରିନାହାଁନ୍ତି । ଏଥିସହ କେଉଁ ଜିଲ୍ଲାର କେତେ ମହିଳା ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍ତି ସେନେଇ ସର୍ବିଶେଷ ବିବରଣୀ ଦେଇଛନ୍ତି ପ୍ରଭାତୀ ପରିଡା ।

ବରଗଡରୁ ଆସିଛି ସବୁଠୁ ଅଧିକ ଅବକାରୀ ରାଜସ୍ୱ

ବର୍ଷକୁ ବର୍ଷ ରାଜ୍ୟରେ ବଢୁଛି ମଦ ବିକ୍ରି । ବଢୁଛି ଅବକାରୀ ରାଜସ୍ୱ । ଆଜି ବିଧାନସଭାରେ ପ୍ରଶ୍ନୋତ୍ତରକାଳରେ ଏନେଇ ଉତ୍ତର ରଖିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଗତ ବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲ୍କ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲ୍କ ଲିଟର ବିକ୍ରି ହୋଇଛି ।

ରାଜ୍ୟରେ ଦେଶୀ ମଦର ମଧ୍ୟ ଚାହିଦା ବଢିଛି । ୨୦୨୨-୨୩ ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି । ସେହିପରି ଅବକାରୀ ରାଜସ୍ୱ ମଧ୍ୟ ବଢିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭, ୨୧୬, ୯୯ ଟଙ୍କାରେ ପହଞ୍ଚିଛି ।

ତଥ୍ୟ ଅନୁସାରେ, ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ୱ । ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା, ଯେଉଁଠି ୧୦୦ କୋଟି ୯୬ ଲକ୍ଷ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଛି ବୋଲି ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ । ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+