ସୁଭଦ୍ରା ଯୋଜନା: ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ NH-୫୭ ଅବରୋଧ କଲେ ଲୋକେ
ଜଳେଶ୍ୱର: ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ । ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କଲେ ଲୋକେ। ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନଥିବା ଅଭିଯୋଗ। ସୁଭଦ୍ରା ଆବେଦନ ଲାଗି ଆଧାର ସଂଶୋଧନ କରୁଛନ୍ତି ଆଶାୟୀ।

ସୁଭଦ୍ରା ଯୋଜନାକୁ ହିତାଧିକାରୀଙ୍କ ଆବେଦନକୁ ନେଇ ବିଏମ୍ସି କମିଶନର ରାଜେଶ ପାଟିଲ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏହି ଯୋଜନାକୁ ଅଧିକରୁ ଅଧିକ ତ୍ଵରାନ୍ବିତ କରିବା ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଚାଲିଛି । ଆନୁମାନିକ ଭୁବନେଶ୍ବରରେ ୧.୫ ଲକ୍ଷ ରୁ ୧.୭ ଲକ୍ଷ ହିତାଧିକାରୀ ହେବେ। ସେହି ଅନୁସାରେ ୧ ଲକ୍ଷ ଫର୍ମ ପ୍ରିଣ୍ଟ ସରିଛି। ଏଯାବତ ୫୦ ହଜାର ହିତାଧିକାରୀ ଫର୍ମ ନେଇସାରିଲେଣି । ଫର୍ମ ବା ଆବେଦନ ପତ୍ର ବାଣ୍ଟିବାକୁ ଜାଗା ଚି଼ହ୍ନଟ ହୋଇଛି। ସହରର ସବୁ ଅଙ୍ଗନୱାଡି ସେଣ୍ଟର ରେ ବଣ୍ଟାଯିବ ଫର୍ମ । ଏହାସହ କମନ ସେଣ୍ଟର, ମୋ ସେବା କେନ୍ଦ୍ରରେ ମଧ୍ୟ ବଣ୍ଟା ଯିବ । ଏନେଇ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ବି ବ୍ୟବସ୍ଥା ହୋଇଛି । ଅଭିଯୋଗ ପାଇଁ 1929 ହେଲ୍ପ ଲାଇନ ନମ୍ବର ରଖାଯାଇଛି ।












Click it and Unblock the Notifications