Subhadra Yojana: ଆଉ ମାତ୍ର ୪ ଦିନ, ନଭେମ୍ବର ୨୪ରେ ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା, ହେଲେ ଏମାନଙ୍କୁ କେବେବି ମିଳିବନି

ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି, ଜାଣନ୍ତୁ ବଡ଼ ଅପଡେଟ । ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ । ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ କେଉଁମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ଆସନ୍ତୁ ପୂରା ଜାଣିବା ।

କେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ଓ କେଉଁ ଖାତାକୁ ଟଙ୍କା ଆସିବ ନାହିଁ । ବ୍ୟାଙ୍କ ଖାତାରେ ଆଧାର ଇ-କେୱାସି ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅଟକି ଯିବ । ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟର ୧୫ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ବଣ୍ଟା ଯିବ । ତୃତୀୟ ପର୍ଯ୍ୟାୟ ଟଙ୍କା ଯଦି ୨୪ ତାରିଖରେ ବଣ୍ଟନ କରାଯିବ ତେବେ ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ବି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।

ତେବେ ଜାଣନ୍ତୁ କେଉଁମାନଙ୍କ ଆକାଉଣ୍ଟକୁ ଏହି ୩ୟ ପର୍ଯ୍ୟାୟ ଟଙ୍କା ଯିବନାହିଁ। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୧ ଜୁଲାଇ, ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ ହୋଇ ନ ଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ ।

Subhadra Yojana

ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତା ଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ସେହିଭଳି ଆୟକର ଦେଉଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+