ଆଜି ମିଳିବ ସୁଭଦ୍ରା ଟଙ୍କା; ସୁଇଚ୍ ଟିପି ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ୫ହଜାର ଲେଖାଏ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି

ଜନ୍ମଦିନ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି । ସୁଭଦ୍ରା ଟଙ୍କା ବାଣ୍ଟିବେ ମୋଦି । ମହିଳାଙ୍କୁ ମିଳିବ ୫୦ ହଜାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଏହି ଯୋଜନା ଭେଟି ଦେବାକୁ ଆସୁଛନ୍ତି। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିବା‌କୁ ବିଜେପି ସରକାର ଜୋରଦାର୍ ପ୍ରସ୍ତୁତି କରିଛି। ଏନେଇ ଜନତା ମଇଦାନରେ ବିରାଟ ଜନସଭାର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୭୦ହଜାର ଲୋକ ସାମିଲ୍ ହେବାକୁ ଥିବାବେଳେ ପ୍ରତି ଗାଁ, ପଞ୍ଚାୟତ, ସହରାଞ୍ଚଳର ପ୍ରାୟ ୫୦ହଜାର ମହିଳା ଏଥିରେ ସାମିଲ୍ ହେବେ ।

'ସୁଭଦ୍ରା' ଯୋଜନା ଆରମ୍ଭ କରି ମୋଦୀ ସୁଇଚ୍ ଟିପି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ପଠାଇବେ । ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେବ ।

ସୁଭଦ୍ରା‌ ଯୋଜନାରେ (୨୧ରୁ ୬୦ବର୍ଷ ପର୍ଯ୍ୟନ୍ତ) ୧କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ହିସାବରେ ୫ବର୍ଷରେ ୫୦ହଜାର ଟଙ୍କା ମିଳିବ। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ଲକ୍ଷ ମହିଳା ଆବେଦନ କରିସାରିଲେଣି। ହେଲେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୧୦ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ପରେ ବାକି ହିତାଧିକାରୀଙ୍କୁ ଟଙ୍କା ପଠାଯିବ ବୋଲି ନିଷ୍ପତ୍ତି ହୋଇଛି।

subhadra yojana

ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ

ଓଡ଼ିଶାକୁ ୨୮୭୧କୋଟିର ରେଳ, ହଜାରେ କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଭେଟି ଦେବେ ମୋଦି। ୧୪ଟି ରାଜ୍ୟର ୧୦ଲକ୍ଷ ପିଏମ୍‌-ଆବାସ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ଗାଡ଼କଣରେ ପିଏମ୍‌-ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବେ ମୋଦି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଓଡ଼ିଶାରେ ତାଙ୍କ ଜନ୍ମଦିନ ପାଳନ କରିବେ। ଏଥିପାଇଁ ଓଡ଼ିଶା ବିଜେପି ଓ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ୨୮୭୧କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟିଦେବେ। ଏଥିରେ ରେଳ ଭିତ୍ତିଭୂମିର ଶିଳାନ୍ୟାସ ଓ ଉଦ୍‌ଘାଟନ ପ୍ରକଳ୍ପ ଅଛି। ଏହାସହ ୧ହଜାର କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। କେବଳ ଓଡ଼ିଶା ପାଇଁ ନୁହେଁ, ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ୧୪ଟି ରାଜ୍ୟର 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ' ଅଧୀନରେ ପ୍ରାୟ ୧୦ଲକ୍ଷ ହିତାଧିକାରୀଙ୍କୁ ସହାୟତାର ପ୍ରଥମ କିସ୍ତି ପ୍ରଦାନ କରିବେ। ଏହି ଅବସରରେ ସାରା ଦେଶର ପିଏମ୍‌ଏୱାଇ (ଗ୍ରାମୀଣ ଓ ସହରାଞ୍ଚଳ)ର ୨୬ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଗାଡ଼କଣରେ ପିଏମ୍‌ ଆବାସ ଯୋଜନା (ସହରାଞ୍ଚଳ)ରେ ନିର୍ମାଣ ହୋଇଥିବା ଏକ ଘରର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ଘରର ଚାବି ପ୍ରଦାନ କରିବା ସହ ଗୃହପ୍ରବେଶ କରାଇବେ। ଏହାସହ ୧୦ଜଣ ହିତାଧିକାରୀ ଏବଂ ୧୦ଜଣ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ-ଜି (ଗ୍ରାମୀଣ) ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ+୨୦୨୪ ଆପ୍ ମଧ୍ୟ ଉନ୍ମୋଚନ କରିବେ। ପିଏମ୍‌ଏୱାଇ- ୟୁ୨.୦ (ସହରାଞ୍ଚଳ ବାସହୀନଙ୍କ ପାଇଁ) ର କାର୍ଯ୍ୟକାରୀ ମାର୍ଗଦର୍ଶିକା ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+