Subhadra Yojana: ସୁଭଦ୍ରା ଯୋଜନାରୁ ଅପ୍‌ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ଅପଡେଟ

ସୁଭଦ୍ରା ଯୋଜନାରୁ ଅପ୍‌ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି । ଯେଉଁ ହିତାଧିକାରୀମାନେ ଭୁଲ୍‌ରେ ଅପଟ୍‌ ଆଉଟ ହୋଇଯାଇଥିଲେ ସେମାନେ ଏଥିରେ ସୁବିଧା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍‌ ଇନ୍‌ କରି ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଅପଟ୍‌ ଇନ୍‌ କରିପାରିବେ । ଏହାପରେ ସେମାନେ ହିତାଧିକାରୀ ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ ।

Subhadra Yojana

ସାମିଲ ହେଲା ଏହି ବ୍ୟବସ୍ଥା: ସୁଭଦ୍ରା ଯୋଜନାର ପୋର୍ଟାଲରେ ଅପ୍ଟ ଇନ୍ ପାଇଁ ବ୍ୟବସ୍ଥା ଯୋଡ଼ିଛନ୍ତି ସରକାର । ଯୋଜନାରୁ ଅପ୍ଟ ଆଉଟ ହୋଇ ଯାଇଥିବା ହିତାଧିକାରୀ ମାନେ ଏହି ବ୍ୟବସ୍ଥା ଜରିଆରେ ପୁଣିଥରେ ଯୋଜାନରେ ସାମିଲ ହୋଇପାରିବେ ।

ବ୍ୟସ୍ତ ହୁଅନ୍ତୁ ନାହିଁ: ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ ।

ଏହାପରେ ଆରଆଇ ମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରାଇନେବାକୁ ସେ ହିତାଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ଟଙ୍କା: ସୁଭଦ୍ରା ଟଙ୍କା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଜାନୁଆରୀ 15ତାରିଖ ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ସର୍ଭେ ଅବଧିଙ୍କୁ ମଧ୍ୟ ବୃଦ୍ଧି କରାଯାଇଥିବା କଥା ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+