SUBHADRA YOJANA: ଚଳିତ ସପ୍ତାହରେ 2 ଥର ମିଳିବ ଟଙ୍କା, ମାର୍ଚ୍ଚ 31 ଆବେଦନର ଶେଷ ତାରିଖ
ଚଳିତ ସପ୍ତାହରେ 2 ଥର ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା 6 ତାରିଖରେ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ପାଇବେ 1 ଲକ୍ଷ 70 ହଜାର ସୁଭଦ୍ରା ହିତାଧିକାରୀ । ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବା ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
'ସୁଭଦ୍ରା ଇତିହାସ ସୃଷ୍ଟି କରିଛି'
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ''ଆମେ କହିଥିଲୁ କୋଟିଏ ଦେବୁ । କୋଟିଏ ଦେବା ପାଇଁ ଆମ ସୁଭଦ୍ରା ମାନେ ପ୍ରସ୍ତୁତ କରିଦେଲେ । ସଭଦ୍ରା ମ୍ୟାଜିତ ନମ୍ବର ଛୁଇଁଛି । ଆମେ ପୂର୍ବରୁ 98 ଲକ୍ଷ ଦେଇଥିଲୁ। ତେଣୁ ଆସନ୍ତା 6 ତାରିଖରେ ଯାହା ବାକି ଅଛି, ସମସ୍ତଙ୍କୁ ଟଙ୍କା ଦେବୁ। ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଉର୍ଦ୍ଧ୍ବ ଛୁଇଁଛି। ତେଣୁ ଜିଲ୍ଲାପାଳ, ସୁଭଦ୍ରା ଟିମ, ମହିଳା ଶିଶୁ ବିକାଶ, ସହିତ ଅଙ୍ଗନବାଡି କର୍ମୀ, ବ୍ୟାଙ୍କ ମିତ୍ର ସମସ୍ତଙ୍କୁ ଧନ୍ୟବାଦ। 8 ମାସରେ ଗୋଟେ ଯୋଜନା ହୋଇ କୋଟିଏ ମହିଳାଙ୍କୁ ସୁଭଦ୍ରା ମିଳିବା ଗୋଟିଏ ଇତିହାସ । ଏ ଇତିହାସ କ୍ଷଣିରେ ଗାଁର ମହିଳାମାନେ ସାକ୍ଷୀ ସମସ୍ତଙ୍କୁ ଯାଉଛି। କୋଟିଏ ମହିଳା ଏବେ ଗୋଟିଏ କଥା କହିବେ। ମହିଳା ଦିବସ ପୂର୍ବରୁ କୋଟିଏ ଛୁଇଁଛି।

ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ 31:
ସୁଭଦ୍ରା ଆବେଦନର ଶେଷ ତାରିଖ ଆଜି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ 31 ହେଉଛି ଆବେଦନର ଶେଷ ତାରିଖ । ଯେଉଁ ମାନେ ଏହି ଡେଡଲାଇନରେ ଆବେଦନ କରିବେ ସେମାନେ ରାକ୍ଷୀ ପୂର୍ଣ୍ଣମାରେ ଏକାଥରେ 3ଟି କିସ୍ତିର ଟଙ୍କା ପାଇବେ । 2025 ସୁଭଦ୍ରାର ବର୍ଷ, ଗୋଟିଏ ବର୍ଷରେ 3 ଥର ସୁଭଦ୍ରା ଟଙ୍କା ପାଇବେ ହିତାଧୀକାରୀ । ସୁଭଦ୍ରାର ପ୍ରଥମ କିସ୍ତିରେ ଏଯାବତ ମହିଳାଙ୍କୁ 4,900 କୋଟି ଟଙ୍କା ପ୍ରଦାନ କରାଯାଇଛି ।
'2025 ସୁଭଦ୍ରାର ବର୍ଷ':
ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକଶିତ ଓଡ଼ିଶାର ମୂଳ ପିଣ୍ଡ ହେବ ସୁଭଦ୍ରା ଯୋଜନା । 2025 ସୁଭଦ୍ରାର ବର୍ଷ ହେବ । ଚଳିତ ବର୍ଷ 3 ଥର ମାଆ ମାନେ ସୁଭଦ୍ରା ଟଙ୍କା ପାଇବେ । ଆମ ପାଖରେ କିଛି ଚ୍ୟାଲେଞ୍ଜ ନାହିଁ । ଯେତେବେଳେ ଯେଉଁ ସମସ୍ୟା ସାମ୍ନାକୁ ଆସିବ, ତାକୁ ସମାଧାନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ସମସ୍ୟା ସରକାରଙ୍କ ସମସ୍ୟା । ସବୁ ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ ଆମେ ସରକାରକୁ ଆସିଛୁ । ସାଧାରଣ ଲୋକ ମାନେ ଦେଇଥିବା ଦାୟିତ୍ୱକୁ ତୁଲାଇବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ଆମ ସରକାରରେ ପ୍ରତିଶ୍ରୁତି ନୁହେଁ, ପ୍ରତିବଦ୍ଧତା ।












Click it and Unblock the Notifications