Subhadra Yojana: କାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ପହଞ୍ଚିବେ ମୋଦି, ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କ କାଲିର ଗସ୍ତ ନେଇ ଆସିଲା ବିସ୍ତୃତ ବିବରଣୀ । ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ମୋଦି । ଏୟାରପୋର୍ଟରୁ ସିଧା ଗାଡ଼କଣ ବସ୍ତି ଯିବେ ପ୍ରଧାନମନ୍ତ୍ରୀ ମୋଦି। ୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ।

୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ । ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ, ଲୋକାର୍ପଣ କରିବେ । ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହେବେ ।
ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ରହିବ। ବ୍ୟାପକ ମହିଳା ପୁଲିସ କର୍ମଚାରୀଙ୍କ ସହ ସାଦା ପୋଷାକରେ ରହିବେ ବି ପୁଲିସ୍।
ସେହିପରି ମୋଦିଙ୍କ ଗସ୍ତବେଳେ ଓଡ୍ରାଫ ଟିମ୍ ଏବଂ ୬ କଂପାନୀ ସିଆରପିଏଫ୍ ମଧ୍ୟ ମୁତୟନ ରହିବେ । କେବଳ ଏତିକି ନୁହେଁ, ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ବି ପୁଲିସ ମୁତୟନ ରହିବେ ।
ପ୍ରଧାନମନ୍ତ୍ରୀ ମୋଦି ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ 'ସୁଭଦ୍ରା' ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ ।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ଦିନ ୧୧ଟା ୩୫ମିନିଟରେ ପହଂଚି ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଜନତା ମଇଦାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଛି ।
ଆସନ୍ତାକାଲି ମୋଦିଙ୍କ ଗସ୍ତ ନିମନ୍ତେ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।












Click it and Unblock the Notifications