Subhadra Yojana: ଜାଣନ୍ତୁ କେଉଁଠୁ ପାଇବେ ‘ସୁଭଦ୍ରା' ଫର୍ମ ?

ସୁଭଦ୍ରା' ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜେଡିକୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ। ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ୧ କୋଟି ୮ ଲକ୍ଷ ମହିଳାଙ୍କୁ 'ସୁଭଦ୍ରା' ଯୋଜନାରେ ସାମିଲ କରାଯିବ। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜେଡି ଅନୁଭବ କରେ, ମୋତେ ଚିଠା ପଠେଇବେ, ମୁଁ ସମସ୍ତଙ୍କୁ ଦେବି ବୋଲି ପରିଡ଼ା କହିଛନ୍ତି। ଲଲିପପ ଦେଖାଉଥିବା ଲୋକଙ୍କୁ ଲଲିପପ ଦେଖାଯାଏ। ହେଲେଭାଜପା ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୃଢ଼ଉକ୍ତି ପ୍ରକାଶ କରିଛନ୍ତି ।

Subhadra Yojana

ଜାଣନ୍ତୁ କେଉଁଠୁ ପାଇବେ 'ସୁଭଦ୍ରା' ଫର୍ମ ?

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଯୋଜନାର ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିସହ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରିଛନ୍ତି। ସୁଭଦ୍ରା ଯୋଜନାର ଲାଭ ଯେପରି ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ଉଠାଇପାରିବେ ସେ ନେଇ ପର୍ଯ୍ୟାପ୍ତ ସଂଖ୍ୟକ ଫର୍ମ ମୁଦ୍ରଣ କରିବା ଉପରେ ଚିଠିରେ ଗୁରୁତ୍ୱାରୋପ କରାଯାଇଛି। ଏହି ଫର୍ମ ଜିଲା ଓ ନିଗମ ମାଇକ୍ରୋ ଯୋଜନା ଅନୁଯାୟୀ ଏକାଧିକ ସ୍ଥାନରେ ବଣ୍ଟନ କରାଯିବ। ଚିଠିରେ ଫର୍ମ ପାଇଁ ଅନୁମୋଦିତ ହୋଇଥିବା ଡିଜାଇନ ସଂଲଗ୍ନ କରାଯାଇଛି। ଫର୍ମଟି ସମ୍ପୂର୍ଣ୍ଣ ଓଡ଼ିଆରେ ହେବା ସହ ଏହାର ପ୍ରିଣ୍ଟିଂ (ଆଗ, ପଛ) ମଲ୍ଟିକଲର ହେବ। ସେହିଭଳି କାଗଜର ଆକାର ୮.୩ ଇଞ୍ଚ X ୧୧.୭ ଇଞ୍ଚ, କାଗଜର ରଙ୍ଗ ଧଳା ମ୍ୟାପ୍ଲିଥୋ T ଏହାର ଘନତା ୯୦ଗ୍ରାମ ହେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

କେଉଁମାନେ ପାଇବେନି ସୁଭଦ୍ରା ସହାୟତା

୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି
ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି
ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି
ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା
ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି

ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ...
ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ୫ ହଜାର ଲେଖାଏଁ ବର୍ଷକୁ ୨ ଥର ମୋଟ ୧୦ ହଜାର ଟଙ୍କା ମିଳିବ । ବର୍ଷକୁ ୧୦ ହଜାର କରି ୫ ବର୍ଷ ଯାଏଁ ମିଳିବ ମୋଟ ୫୦ ହଜାର । ବର୍ଷକୁ ୨ ଥର ପ୍ରଥମ କିସ୍ତି ରାକ୍ଷୀ ଓ ୨ୟ କିସ୍ତି ମାର୍ଚ୍ଚ ୮ରେ ମିଳିବ । ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ ଟଙ୍କା ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+