ସୁଭଦ୍ରା ଯୋଜନା ; ଟୋଲ ଫ୍ରି ନମ୍ବର ଜାରି କଲେ ରାଜ୍ୟସରକାର, ଏହି ମାନେ କରିପାରିବେ ଆବେଦନ
ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୁଭଦ୍ରା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ମାନଙ୍କୁ ଆର୍ଥିକ ସହାୟତ ୟତା ପ୍ରଦାନ କରି ସେମାନଙ୍କ ଆର୍ଥକ ସ୍ୱାଧୀନତା ତଥା ଡିଜିଟାଲ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରି କରିବା ଏହି ଯୋଜନ ଯୋଜନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ଏହି ଯୋଜନାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଟୋଲ ଫ୍ରି ନମ୍ବର-୧୪୬୭୮ ଜାରି କରାଯାଇଛି । ଏହି ନମ୍ବରଟି ସକାଳ ଳ ୬ଟା ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ସମୟସୀମା ମଧ୍ଯରେ ଯେକୌଣସି ବ୍ୟକ୍ତି ଏହି ଟୋଲ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ।
ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃରି ଇତ୍ୟାଦି ଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା'ଠାରୁ ଅଧିକ ଓ ବାର୍ଷି ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଉଥିବେ, ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ / ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍ବିକେ) ଓ ଆଉଟସୋରସିଙ୍ଗ ଏଜେସି ଦ୍ୱାରା ନିମ୍ ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ସୁଭଦ୍ର ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।












Click it and Unblock the Notifications