Subhadra Yojana: ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ ଥିଲେ ଆସିବନି ସୁଭଦ୍ରା ଟଙ୍କା, ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀ

Subhadra Yojana: ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନାରେ ଆସନ୍ତା ଡିସେମ୍ବର ମାସ ପହିଲା ସୁଦ୍ଧା ୧ କୋଟି ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଆସନ୍ତା ରବିବାର ସୁଦ୍ଧା ଆଉ ୨୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବାରୁ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଅନେକ ମହିଳା ଏହି ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ।

Subhadra Yojana

ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟିଏ ମୋବାଇଲ ନମ୍ବରରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦେବା ଲାଗି ଅପିଲ କରିଛନ୍ତି। ଏଥିସହିତ ବାଦ୍‌ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍‌ କରିବା ନେଇ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାପରେ ପରିଡ଼ା କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ତେବେ ଏହି ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଅଙ୍ଗନବାଡି ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କୁ ଟଙ୍କା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଯୋଗ୍ୟତା
ଏହି ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ:

କ. ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ ।

ଖ. ଆବେଦନକାରୀ NFSA / SFSS ଅନ୍ତର୍ଭୁକ୍ତ ହୋଇଥିବେ । NFSA / SFSS ରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରି ପାରିବେ, ଯଦି ତାଙ୍କ ପରିବାରର ବାର୍ଷିକ ଆୟ ଟ.୨.୫୦ ଲକ୍ଷରୁ (କେବଳ ଦୁଇ ଲକ୍ଷ ଏବଂ ପଚାଶ ହଜାର ଟଙ୍କା) ଅଧିକ ହୋଇନଥିବ ।

ଗ. ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍ । ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ।

ଘ. ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଧାର୍ଯ୍ୟ ତା. ୦୧.୦୭ .୨୦୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା'ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୭.୧୯୬୪ ଠାରୁ ୦୧.୦୭.୨୦୦୩ ପର୍ଯ୍ୟନ୍ତ ହେବା ଉଚିତ୍ ।

ଙ. ୨୦୨୪-୨୫ ପାଇଁ ଯଦି ଜଣେ ମହିଳା ୦୧.୦୭.୨୦୨୪ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ । ସେହିପରି ଯେଉଁ ମହିଳା ୦୧.୦୭.୨୦୨୪ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ।

ଅଯୋଗ୍ୟତା
ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:

କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।

ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :
୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।

୨. ଆୟକର ଦେଉଥିବେ ।

୩. ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)

୪. ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।

୫. ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।

୬. ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।

ଗ. ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ।

(ବି:ଦ୍ର: ଏହି ଯୋଜନା ପାଇଁ, ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ଯ ସୁରକ୍ଷା ଆଇନ / ରାଜ୍ୟ ଖାଦ୍ଯ ସୁରକ୍ଷା ଯୋଜନା (NFSA / SFSS) ରେ ପରିଭାଷିତ ଥିବା ପରିବାର କୁ ବୁଝାଏ )

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+