Subhadra Yojana: ସୁଭଦ୍ରା ଯୋଜନାରେ ଟଙ୍କା ଆସୁନଥିଲେ ଏମିତି କରନ୍ତୁ ଅଭିଯୋଗ; ଆସିବ ୫ ହଜାର

Subhadra Yojana Complain: ସୁଭଦ୍ରା ଯୋଜନାରେ ଆପ୍ଲାଏ କରିଛନ୍ତି କିନ୍ତୁ ଟଙ୍କା ଆସିନି, ତେବେ ଏଠି କରନ୍ତୁ ଅଭିଯୋଗ । ଖାତାକୁ ଆସିବ ୫ ହଜାର ।

ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବ ଶୀଘ୍ର ମିିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଏହି ସୂଚନା ପରେ ହିତାଧିକାରୀଙ୍କ ଆଶ୍ୱସ୍ତି ହୋଇଛନ୍ତି । କିନ୍ତୁ କେବେ ମିଳିବ ସେ ନେଇ କୌଣସି ସ୍ପଷ୍ଟ ତାରିଖ ପ୍ରକାଶ ପାଇନାହିଁ ।

ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ୨ଟି ପର୍ଯ୍ୟାୟରେ ୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟ ସରକାର ପଠାଇଛନ୍ତି । କିନ୍ତୁ କିିଛି ହିତାଧିକାରୀ ଆପ୍ଲାଏ କରିଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନାହିଁ । ଯେଉଁଥିପାଇଁ କେହି କେହି ପୁର୍ନବାର ଆପ୍ଲାଏ କରିବା ବାବଦରେ ଚିନ୍ତା କରୁଛନ୍ତି ।

Subhadra Yojana Complain

ଯଦି ଆପଣଙ୍କୁ ବି ସୁଭଦ୍ରା ଟଙ୍କା ଆସିନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ହିତାଧିକାରୀ ନିଜ ଅସୁବିଧା ବାବଦରେ ଅଭିଯୋଗ କରିପାରିବେ । କେଉଁଠି ଓ କେମିିତି ଅଭିଯୋଗ କରିବେ ଆସନ୍ତୁ ଜାଣିବା ।

ସୂଚନା ଯେ, ସୁଭଦ୍ରା ଟଙ୍କା ପାଇବାକୁ ସରକାର ନିର୍ଦ୍ଧିଷ୍ଟ ଭାବେ ଗାଇଡଲାଇନ୍‌ ଜାରି କରିଛନ୍ତି । ଆଉ ଏହି ଗାଇଡଲାଇନ୍‌ ଭିତରେ ଯେଉଁମାନେ ରହିଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବେ । ତେଣୁ ଅନେକ ଅଯୋଗ୍ୟ ହିତାଧିକାରୀ ଆବେଦନ କରିଥିବାରୁ ସେମାନଙ୍କୁ ରିଜେକ୍ଟ କରିଛନ୍ତି ସରକାର ।

ବର୍ତ୍ତମାନ ଆପଣଙ୍କ ରେଜିଷ୍ଟର ମୋବାଇଲ ନଂକୁ ଓଟିିପି ଆସିବ । ସେହି ସମୟରେ (ଅଭିଯୋଗ ପୋର୍ଟାଲକୁ ସ୍ୱାଗତ) ଲେଖା ଦେଖାଯିବ । ସେଠାରେ ଦୁଇଟି ବର୍ଗ ଦେଇଛି । ଗୋଟିଏ ନିଜ ପାଇଁ ଓ ଆଉ ଗୋଟିଏ ଅନ୍ୟ ପାଇଁ । ସେଠାରେ ଥିବା ବକ୍ସରେ କ୍ଲିକ କରନ୍ତୁ ।

ନିଜ ପାଇଁରେ କ୍ଲିକ କଲେ ଆପଣଙ୍କର ନିଜସ୍ୱ ବୀବରଣୀ ସାମ୍ନାରେ ଦେଖାଯିବ । ଆପଣଙ୍କର ଆବେଦନ ସ୍ଥିତି କଣ ଅଛି ତାହା ମଧ୍ୟ ଆପଣଙ୍କୁ ଦେଖାଯିବ । ଯେପରିକି-ଅଣ୍ଡର ପ୍ରୋସେସ, ରିଜେକ୍ଟ କିମ୍ୱା ଆପ୍ରୁଭଡ ।

ଏଠାରେ ୨ଟି ଅପ୍ସନ ଦେଖାଯିବ । ଗୋଟିଏ ଆବେଦନ ପାଇଁ ଓ ଅନ୍ୟଟି ପେମେଣ୍ଟ ପାଇଁ । କୌଣସି ଭୁଲ ଥିଲେ ଆବେଦନେ କ୍ଲିକ କରିବେ । ଟଙ୍କା ଆସିନଥିଲେ ପେମେଣ୍ଟରେ କ୍ଲିକ କରିବେ ।

(ଏଠାରେ ୨୦୦ ଅକ୍ଷରରେ ଆପଣଙ୍କ ଅଭିଯୋଗ ଲେଖନ୍ତୁ) ବକ୍ସରେ ନିଜ ଅଭିଯୋଗ ଲେଖିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+