ସୁଭଦ୍ରା ଯୋଜନା: ଆଧାରକାର୍ଡ ସଂଶୋଧନ ପାଇଁ ଠେଲା ପେଲା,ଧାଁ ଦୌଡ଼ ଓ ଦଳାଚକଟା
ରାଜ୍ୟ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏହି ଯୋଜନାରେ ଆଧାର ସଂଶୋଧନ ଏକ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିଛି । ତେଣୁ ସୋର ସହରରେ ବିଭିନ୍ନ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। କିଏ ମୋବାଇଲ ନମ୍ବର ଲିଙ୍କ ତ ପୁଣି ଆଉ କିଏ ବାଇଓ ମେଟ୍ରିକ୍ ।
ଏହି ବାବଦରେ ମଧ୍ୟ ଜନସେବା କେନ୍ଦ୍ରର ମାଲିକମାନେ ମାଲାମାଲ ହେଉଛନ୍ତି ବୋଲି କିଛି ଗ୍ରାହକ ଅଭିଯୋଗ କରିଛନ୍ତି। ବୋଝ ଉପରେ ନଳିତା ବିଡା ପରି ଲୋକମାନେ ଭୋକ ଉପାସରେ ପଡ଼ି ରାତିରୁ ଲମ୍ବା ଲାଇନରେ ଅପେକ୍ଷା କରି ମଧ୍ୟ ଆଧାର ସାଇଟ୍ ଅସୁବିଧାରେ ସମ୍ମୁଖୀନ ହେଇ ସନ୍ଧ୍ୟାରେ ନିରାଶ ହୋଇ ଘରକୁ ଫେରି ଆସୁଥିବା ଦେଖିବାକୁ ମିଳିଛି। ପୁଣି ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା ।
ଆଧାରକାର୍ଡ ସଂଶୋଧନ ପାଇଁ ଠେଲା ପେଲା ଓ ଧାଁ ଦୌଡ଼ । ସୋରରେ ଆଧାର ସଂଶୋଧନ ପାଇଁ ପୋଷ୍ଟ ଅଫିସରେ ପ୍ରବଳ ଭିଡ଼ । ସୋର ମୁଖ୍ୟ ପୋଷ୍ଟ ଅଫିସ ଆଗରେ ଠେଲାପେଲା ଓ ଦଳାଚକଟା ।

ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ରାଜଧାନୀର ଦେଢ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ:
ସୁଭଦ୍ରା ଯୋଜନାକୁ ହିତାଧିକାରୀଙ୍କ ଆବେଦନକୁ ନେଇ ବିଏମ୍ସି କମିଶନର ରାଜେଶ ପାଟିଲ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏହି ଯୋଜନାକୁ ଅଧିକରୁ ଅଧିକ ତ୍ଵରାନ୍ବିତ କରିବା ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଚାଲିଛି । ଆନୁମାନିକ ଭୁବନେଶ୍ବରରେ ୧.୫ ଲକ୍ଷ ରୁ ୧.୭ ଲକ୍ଷ ହିତାଧିକାରୀ ହେବେ। ସେହି ଅନୁସାରେ ୧ ଲକ୍ଷ ଫର୍ମ ପ୍ରିଣ୍ଟ ସରିଛି। ଏଯାବତ ୫୦ ହଜାର ହିତାଧିକାରୀ ଫର୍ମ ନେଇସାରିଲେଣି । ଫର୍ମ ବା ଆବେଦନ ପତ୍ର ବାଣ୍ଟିବାକୁ ଜାଗା ଚି଼ହ୍ନଟ ହୋଇଛି। ସହରର ସବୁ ଅଙ୍ଗନୱାଡି ସେଣ୍ଟର ରେ ବଣ୍ଟାଯିବ ଫର୍ମ । ଏହାସହ କମନ ସେଣ୍ଟର, ମୋ ସେବା କେନ୍ଦ୍ରରେ ମଧ୍ୟ ବଣ୍ଟା ଯିବ । ଏନେଇ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ବି ବ୍ୟବସ୍ଥା ହୋଇଛି । ଅଭିଯୋଗ ପାଇଁ 1929 ହେଲ୍ପ ଲାଇନ ନମ୍ବର ରଖାଯାଇଛି ।












Click it and Unblock the Notifications