Subhadra Yojana: ମହିଳାମାନଙ୍କ ପାଇଁ ଖୁସି ଖବର; ମାର୍ଚ୍ଚରେ ଏକାଥରେ ଆସିବ ୧୦ ହଜାର
ମହିଳାମାନଙ୍କ ପାଇଁ ବଡ଼ ଘୋଷଣା । ଆସନ୍ତା ମାର୍ଚ୍ଚ ମାସରେ ୫ ହଜାର ନୁହେଁ ଏକାଥରେ ୧୦ ହଜାର ସୁଭଦ୍ରା ଟଙ୍କା ଆସିବ। ଉପକୃତ ହେବେ କୋଟି କୋଟି ମହିଳା।
ତେବେ ଆମେ ଯଦି ଦେଖିବା ଏବେ ସୁଦ୍ଧା ପାଖାପାଖି ୧ କୋଟି ମହିଳା ସୁଭଦ୍ରା ଟଙ୍କାର ୫ ହଜାର ଲେଖାଏଁ ପାଇସାରିଛନ୍ତି । ଅର୍ଥାତ୍ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଗତ ୮ ତାରିଖ ଦିନ ପଠାଯାଇ ସାରିଛି।
ତେବେ ଏବେବି ଅନେକ ମହିଳା ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି। ଯେହେତୁ ସେମାନଙ୍କ ଆକାଉଣ୍ଟ କିମ୍ୱା ଆଧାର କାର୍ଡରେ କିଛି ତ୍ରୁଟି ରହିଛି। ତେଣୁ ସେମାନେ ଟଙ୍କା ପାଇ ପାରିନାହାନ୍ତି। ତେଣୁ ମନରେ ଆଶଙ୍କା ଆସୁଛି କି ଆଉ ନୂଆ ହିତାଧିକାରୀଙ୍କୁ ସରୁଭଦ୍ରା ଟଙ୍କା ମିଳିବ କି ନାହିଁ।

କାହାକୁ ମିଳିବ ଟଙ୍କା: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ସମ୍ପର୍କରେ ବାରମ୍ୱାର ଅପଡେଟ ଦେଇଥାନ୍ତି । ଏହି ସ୍କିମରେ ସାମିଲ ହେବା ପାଇଁ ଯୋଗ୍ୟ ସେମାନଙ୍କ ଆକାଉଣ୍ଟ କିମ୍ୱା ଆଧାର କାର୍ଡରେ ଥିବା ତ୍ରୁଟି ଶଂସୋଧନ କରିବାକୁ କହୁଛନ୍ତି। ହେଲେ ଚତୁର୍ଥ କିସ୍ତି ସରିଯାଇଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନାହାନ୍ତି।
ତେଣୁ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି କି ସେମାନେ ଆଉ ଟଙ୍କା ପାଇ ପାରିବେ କି ନାହିଁ । ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି, ଯଦି ଆପଣ ଯୋଗ୍ୟ ଆଉ ଟଙ୍କା ପାଇ ନାହାନ୍ତି। ତାହାଲେ ଆପଣଙ୍କୁ ଟଙ୍କା ମିଳିବ ।
ତା ପୂର୍ବରୁ ଆପଣଙ୍କର ଭୁଲ ସଂଶୋଧନ କରନ୍ତୁ । ଆଉ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦିଆ ଯିବାକୁ ଥିବା ଦ୍ୱିତୀୟ କିସ୍ତିର ଲାଭ ଉଠାନ୍ତୁ । କାରଣ ଆପଣ ଯଦି ପ୍ରଥମ କିସ୍ତି ପାଇ ନାହାନ୍ତି । ତାହାଲେ ଦ୍ୱିତୀୟ କିସ୍ତିରେ ଏକାଥରେ ୧୦ ହଜାର ଟଙ୍କା ପାଇବେ । ତେବେ ଯେଉଁମାନେ ପ୍ରଥମ କିସ୍ତି ପାଇଛନ୍ତି ସେମାନଙ୍କୁ ୫ ହଜାର ଟଙ୍କା ମିଳିବ ।












Click it and Unblock the Notifications