ଆସନ୍ତାକାଲିଠୁ ସୁଭଦ୍ରା ଫର୍ମ ସଂଗ୍ରହ: ଜାଣନ୍ତୁ କେମିତି କରିବେ ଆବେଦନ ?

ଆସନ୍ତାକାଲି (ସେପ୍ଟେମ୍ୱର ୪) ତାରିଖରୁ ସୁଭଦ୍ରା ଫର୍ମ ସଂଗ୍ରହ । ଲୋକାର୍ପିତ ହୋଇଛି ସୁଭଦ୍ରା ପୋର୍ଟାଲ । ସବୁ ଯୋଗ୍ୟ ମହିଳା, ଯୋଜନାରେ ସାମିଲ ହେବା ଯାଏଁ ଚାଲୁ ରହିବ ଚିହ୍ନଟ ପ୍ରକ୍ରିୟା । subhadra.odisha.gov.in ଏହି ପୋର୍ଟାଲରେ ହିଁ ହେବ ଆବେଦନ। ଆଉ ଏଥିପାଇଁ ଗାଁ ଗାଁରେ ବଣ୍ଟା ଚାଲିଛି ଫର୍ମ । ଫର୍ମ ଭରିବା ପରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ୱେବସାଇଟକୁ ଯାଇ ନିଶୁଳ୍କ ଆବେଦନ କରିପାରିବେ । ପୋର୍ଟାଲରେ ଯୋଜନା ସଂପର୍କିତ ସମସ୍ତ ତଥ୍ୟ ରହିଛି ।

ଶ୍ରୀମତୀ ପରିଡ଼ା କହିଛନ୍ତି, ଉଭୟ ଅଫଲାଇନ୍ ଓ ଅନଲାଇନ ମାଧ୍ୟମରେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀମାନେ ଆବେଦନ କରିପାରିବେ। ଗୋଟିଏ ପରିବାରର ଏକାଧିକ ମହିଳା ମଧ୍ୟ ଏହି ଯୋଜନାରେ ଲାଭ ପାଇବେ। ୫ ବର୍ଷରେ ୧୦ଟି କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଅଧ‌ିକ ମହିଳା ଉପକୃତ ହୋଇପାରିବେ।

Subhadra yojana

ଜାଣନ୍ତୁ କେମିତି ମିଳିବ ଫର୍ମ ଓ କେଉଁଠି କରିବେ ଆବେଦନ
-ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ
- ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟରେ ମିଳିବ
-ମୋ ସେବା କେନ୍ଦ୍ର,ସାଧାରଣ ସେବା କେନ୍ଦ୍ରରେ ଉପଲବ୍ଧ ହେବ ଫର୍ମ
-ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ ହୋଇପାରିବ
-ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ
-ଆବେଦନକାରୀ ଆବେଦନ ପାଇଁ ହିତାଧୁକାରୀଙ୍କ ପାଖରେ ଆଧାର କାର୍ଡ/ନମ୍ବର ଥ‌ିବା ଆବଶ୍ୟକ
-ଆଧାରକାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଜରୁରୀ
-ବ୍ୟାଙ୍କ ଆକାଉଣ୍ଟଟି ଚାଲୁଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ
-ହିତାଧ୍ୟାକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାରକାର୍ଡ ସହ ଲିଙ୍କ୍ ଥ‌ିବା ଆବଶ୍ୟକ

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସେହି ଅବସରରେ ମିଳିବ ପ୍ରଥମ କିସ୍ତି ସହାୟତା। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ। ରାଜ୍ୟର ପ୍ରାଯ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ନେଇ ବାରମ୍ବାର ବିଭିନ୍ନ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହେବାରୁ ଆଜି ନିଜେ ଉପମୁଖ୍ୟମନ୍ତ୍ରୀ ଅନଲାଇନରେ ଲାଇଭ ବାର୍ତ୍ତା ଦେବାକୁ ବାଧ୍ୟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+