Subhadra Yojana: ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ମାର୍ଚ୍ଚ ୬ ତାରିଖ ଅର୍ଥାତ ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଡବଲ୍ କିସ୍ତି ପାଇବେ ହିତାଧିକାରୀ ।
। ଆଉ ତା ପରେ ପରେ ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା । ମାତ୍ର ୩ ଦିନ ଭିତରେ ଦୁଇ ଦୁଇ ଥର ଟଙ୍କା ପାଇବେ ହିତାଧିକାରୀ । ଅର୍ଥାତ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ।
ମହିଳାଙ୍କ ସୁବିଧା ପାଇଁ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି। ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖ (ଅନ୍ତର୍ଜାତୀୟ ମହିଳା ଦିବସ) ରେ ୨ୟ କିସ୍ତି ପ୍ରଦାନ କରାଯିବ।

ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପାର୍ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା । ଏହା ଦ୍ୱାରା ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି,'ଆମର ସୌଭାଗ୍ୟ। ଆମେ କୋଟିଏ କହିଥିଲୁ। ଏବେ ଗାଁର ସୁଭଦ୍ରାମାନେ ଆମକୁ ପ୍ରସ୍ତୁତ କରିଦେଲେ। ଆମେ ପୂର୍ବରୁ ୯୮ ଲକ୍ଷ ଦେଇଥିଲୁ। ତେଣୁ ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ସେ ଟଙ୍କା ଦେବୁ। ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଉର୍ଦ୍ଧ୍ବ ଛୁଇଁଛି।'
ପ୍ରଭାତୀ ପରିଡା ଜିଲ୍ଲାପାଳ, ସୁଭଦ୍ରା ଟିମ, ମହିଳା ଶିଶୁ ବିକାଶ, ସହିତ ଅଙ୍ଗନବାଡି କର୍ମୀଙ୍କ ସମେତ ବ୍ୟାଙ୍କ ମିତ୍ର ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ୮ ମାସରେ ଗୋଟେ ଯୋଜନା ହୋଇ କୋଟିଏ ମହିଳାଙ୍କୁ ସୁଭଦ୍ରା ମିଳିବା ଗୋଟିଏ ଇତିହାସ।
ପ୍ରଭାତୀ କହିଛନ୍ତି, କୋଟିଏ ମହିଳା ଏବେ ଗୋଟିଏ କଥା କହିବେ। ମହିଳା ଦିବସ ପୂର୍ବରୁ କୋଟିଏ ଛୁଇଁଛି ସଂଖ୍ୟା । ମାର୍ଚ୍ଚ ୮ ତାରିଖରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଯୋଜନା ଟଙ୍କା ଯିବ । ଆଉ ଏହା ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ।
ତେବେ ନୂଆ ଆବେଦନକାରୀଙ୍କ ପାଇଁ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ । ଏହି ତାରିଖ ମଧ୍ୟରେ ଆବେଦନ କରିଲେ ୩ଟି କିସ୍ତି ଟଙ୍କା ଏକାବେଳେ ପାଇପାରିବେ । ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ ।












Click it and Unblock the Notifications