Subhadra Yojana: ସୁଭଦ୍ରା ଯୋଜନାରେ ୧ ଟଙ୍କା ନଆସିଲେ ବି ୧୭ରେ ମିଳିବ ଟଙ୍କା: ପ୍ରଭାତୀ ପରିଡ଼ା
Subhadra Yojana: ଆସନ୍ତାକାଲି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରାର ଶୁଭାରମ୍ଭ ହେବ । ତେବେ ଏହା ପୂର୍ବରୁ ପରୀକ୍ଷାମୂଳକଭାବେ ୧ ଟଙ୍କା ଲେଖାଏଁ କିଛି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇ ନାହିଁ ସେମାନଙ୍କୁ ଟଙ୍କା ମିଳିବ କି ନାହିଁ ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଛନ୍ତି ।
ତେବେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି । ସେ କହିଛନ୍ତି ଯେ ଆକାଉଣ୍ଟକୁ ୧ ଟଙ୍କା ନଆସିଥିଲେ ବି ହିତାଧିକାରୀ ୧୭ରେ ସୁଭଦ୍ରା ଟଙ୍କା ପାଇବେ । ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିଲା । ସିଷ୍ଟମ ଚେକ କରିବାକୁ ୧ ଟଙ୍କାଳ ଲେଖାଏଁ ପଠାଯାଇଥିଲା । ଯାହା ଆକାଉଣ୍ଟକୁ ୧ ଟଙ୍କା ଯାଇନଥିବ ସେ ବି ସୁଭଦ୍ରା ଟଙ୍କା ପାଇବେ । ସବୁ ଯୋଗ୍ୟ ହିତାଧିକାରୀ ପାଇବେ, ଆକାଉଣ୍ଟକୁ ଟଙ୍କା ଯିବ । ୧୭ ତାରିଖ ପରେ ବି ଲୋକେ ଆବେଦନ କରିପାରିବେ । ନିଶ୍ଚିତ ଟଙ୍କା ପାଇବେ । ବାହାରେ ଥିଲେ ବି ଯେବେ ଆସି ଆବେଦନ କଲେ ଟଙ୍କା ମିଳିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ କିଛି ସୁଭଦ୍ରା ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ ଆସୁଛି । ତାହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ତେବେ ଏଭଳି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି । ସେହିପରି ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ହିତାଧିକାରୀଙ୍କୁ ଫୋନ କଲ ଯାଉନାହିଁ । ସରକାରଙ୍କ ପକ୍ଷରୁ ଫୋନ କଲ କି ଲିଙ୍କ କୌଣସି ହିତାଧିକାରୀଙ୍କ ପାଖକୁ ଯିବ ନାହିଁ । ଯଦି କିଛି ଲିଙ୍କ ଆସୁଛି ତେବେ ଏହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ଏନେଇ ସତର୍କ ରହିବା ସହ କୌଣସି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା ଅପିଲ କରିଛନ୍ତି । ଏଥିସହ କାହାକୁ କାହାକୁ ନିଜର ଆକାଉଣ୍ଟ ନମ୍ବର କି ଏଟିଏମ ଡିଟେଲ୍ସ ନଦେବାକୁ କହିଛନ୍ତି । ସୁଭଦ୍ରା ପାଇଁ ଫର୍ମରେ ଆଦେବନ କରିବା ସହ ଇ-କେୱାସି ଦେଲେ ଟଙ୍କା ସୁନିଶ୍ଚିତ ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
ସୂଚନା ଅନୁଯାୟୀ, ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ପୂର୍ବରୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଇ ନାହିଁ । ୧୭ ତାରିଖ ପରେ ମଧ୍ୟ ଆବେଦନ କରିବେ। ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ।
ଯୋଗ୍ୟତା
ଏହି ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ:
- କ. ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ ।
- ଖ. ଆବେଦନକାରୀ NFSA / SFSS ଅନ୍ତର୍ଭୁକ୍ତ ହୋଇଥିବେ । NFSA / SFSS ରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରି ପାରିବେ, ଯଦି ତାଙ୍କ ପରିବାରର ବାର୍ଷିକ ଆୟ ଟ.୨.୫୦ ଲକ୍ଷରୁ (କେବଳ ଦୁଇ ଲକ୍ଷ ଏବଂ ପଚାଶ ହଜାର ଟଙ୍କା) ଅଧିକ ହୋଇନଥିବ ।
- ଗ. ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍ । ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ।
- ଘ. ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଧାର୍ଯ୍ୟ ତା. ୦୧.୦୭ .୨୦୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା'ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୭.୧୯୬୪ ଠାରୁ ୦୧.୦୭.୨୦୦୩ ପର୍ଯ୍ୟନ୍ତ ହେବା ଉଚିତ୍ ।
- ଙ. ୨୦୨୪-୨୫ ପାଇଁ ଯଦି ଜଣେ ମହିଳା ୦୧.୦୭.୨୦୨୪ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ । ସେହିପରି ଯେଉଁ ମହିଳା ୦୧.୦୭.୨୦୨୪ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ।
ଅଯୋଗ୍ୟତା ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:
- କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।
- ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :
- ୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।
- ୨. ଆୟକର ଦେଉଥିବେ ।
- ୩. ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)
- ୪. ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।
- ୫. ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।
- ୬. ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।
- ଗ. ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ।












Click it and Unblock the Notifications