Subhadra Yojana: ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କାହାକୁ ଆକାଉଣ୍ଟ ନମ୍ବର ଦିଅନ୍ତୁନି ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ

Subhadra Yojana: ଆସନ୍ତାକାଲି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରାର ଶୁଭାରମ୍ଭ ହେବ । ତେବେ ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ହିତାଧିକାରୀଙ୍କୁ ସତର୍କ କରାଇଛନ୍ତି । କାହାକୁ ନିଜର ଆକାଉଣ୍ଟ ନମ୍ବର ନେଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ କିଛି ସୁଭଦ୍ରା ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ ଆସୁଛି ।

ତାହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ତେବେ ଏଭଳି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି । ସେହିପରି ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ହିତାଧିକାରୀଙ୍କୁ ଫୋନ କଲ ଯାଉନାହିଁ । ସରକାରଙ୍କ ପକ୍ଷରୁ ଫୋନ କଲ କି ଲିଙ୍କ କୌଣସି ହିତାଧିକାରୀଙ୍କ ପାଖକୁ ଯିବ ନାହିଁ ।

Deputy Chief Minister

ଯଦି କିଛି ଲିଙ୍କ ଆସୁଛି ତେବେ ଏହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ଏନେଇ ସତର୍କ ରହିବା ସହ କୌଣସି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା ଅପିଲ କରିଛନ୍ତି । ଏଥିସହ କାହାକୁ କାହାକୁ ନିଜର ଆକାଉଣ୍ଟ ନମ୍ବର କି ଏଟିଏମ ଡିଟେଲ୍ସ ନଦେବାକୁ କହିଛନ୍ତି । ସୁଭଦ୍ରା ପାଇଁ ଫର୍ମରେ ଆଦେବନ କରିବା ସହ ଇ-କେୱାସି ଦେଲେ ଟଙ୍କା ସୁନିଶ୍ଚିତ ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

କାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ମୋଦି

ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ମୋଦି । ଏୟାରପୋର୍ଟରୁ ସିଧା ଗାଡ଼କଣ ବସ୍ତି ଯିବେ ପ୍ରଧାନମନ୍ତ୍ରୀ ମୋଦି।
୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ।

୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ । ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ, ଲୋକାର୍ପଣ କରିବେ । ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ।

  • ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ଯାତାୟତ ପାଇଁ କଟକଣା ରହିବ
  • କ୍ରାଉନ ହୋଟେଲ ଓ ଆଚାର୍ଯ୍ୟ ବିହାରଠାରୁ ସର୍ଭିସ୍‌ ରାସ୍ତାରେ ଗାଡି ଜୟଦେବ ବିହାର ଆଡକୁ ଯିବନାହିଁ
  • ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯାଇ ଗୁରୁକେଳୁ ଚରଣ ପାର୍କକୁ ଯିବ, ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ।
  • ଶିଖରଚଣ୍ଡିରୁ ପଥର ଗାଡିଆ ଦେଇ ଡିଏନ୍‌ ସ୍କୁଲଠାରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ଫାୟାର ଷ୍ଟେସନ ଛକରେ ପହଞ୍ଚି ପାରିବେ।
  • ଜୟଦେବ ବିହାରରୁ ନନ୍ଦନକାନନ ଯାଉଥିବା ଗାଡି ଆଚାର୍ଯ୍ୟବିହାର ଦେଇ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ପଟେ ଡମଣା ଛକରେ ବାହାରିବେ।
  • ଫାୟାର ଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡ଼ିଓ ଛକ ରାସ୍ତା ପଟେ ଡିଏନ୍‌ ସ୍କୁଲରୁ ପଥରଗାଡିଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ।
  • କଟକ ପଟୁ ଆସୁଥିବା ଏନଏଚ-୩୧୬ ଦେଇ ଭୁବନେଶ୍ୱର ଆଡକୁ ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ।
  • ବେହେରା ସାହି ଆଡୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହନ ଗୁଡିକ ଜୟଦେବ ବିହାର ଆଡକୁ ନଯାଇ ବେହେରା ସାହିଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ।
  • ଏହି ସମୟରେ କଟକ ପଟୁ ଆସୁଥିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଶେଷ ଠାରେ ଥିବା କଟ ଦେଇ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ।
  • ମୋଦୀଙ୍କ ଗସ୍ତ ଲାଗି ଜାରି ହୋଇଥିବା ଟ୍ରାଫିକ କଟକଣାରୁ ଜରୁରୀକାଳୀନ ସେବା ଫାୟାର ବ୍ରିଗେଡ ଓ ଆମ୍ବୁଲାନ୍ସକୁ ବାଦ ଦିଆଯାଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+