Subhadra Yojana: 'ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ରାଜ୍ୟବ୍ୟାପୀ ଗାଁଠୁ ସହର ବୁଲିବ

ସୁଭଦ୍ରା' ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ଗାନ୍ଧି ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟବ୍ୟାପୀ ଗାଁଠୁ ସହର ବୁଲିବ 'ସୁଭଦ୍ରା' ସଚେତନତା ରଥ । ସୁଭଦ୍ରା' ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରିବ ରଥ ।

ସୁଭଦ୍ରା ଯୋଜନା ଅସ୍ମିତାର ପରିଚୟ ହେବ କହିଲେ ମୁଖ୍ୟମନ୍ତ୍ରୀ। 'ସୁଭଦ୍ରା' ରଥର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । 'ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ' ବୋଲି ସେ କହିଛନ୍ତି । ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହା ସହାୟକ ହେବ।- 'ସୁଭଦ୍ରା' ରଥର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି ।

ସୁଭଦ୍ରା' ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ସୁଭଦ୍ରା ରଥ। ଶନିବାର ଗଣେଶ ପୂଜା ଅବସରରେ ଏହି ରଥର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡେ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ। ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି।

Subhadra Yojana
ଅନ୍ୟପଟେ ସୁଭଦ୍ରା ଯୋଜନାର ପଞ୍ଜୀକରଣ ଲାଗି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଶେଷ ହିତାଧିକାରୀ ପର୍ଯ୍ୟନ୍ତ ଏହି ଯୋଜନାରେ ପଞ୍ଜୀକରଣ ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ପରିଡ଼ା ରାଜ୍ୟବାସୀଙ୍କୁ ଏହି ସୂଚନା ଦେଇଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+