Subhadra Yojana: ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍, କାହିଁକି ଆସିନି ସୁଭଦ୍ରା ଟଙ୍କା? ଏମିତି କରନ୍ତୁ ଚେକ୍ ?
Subhadra Yojana: କାହିଁକି ଆସିନି ସୁଭଦ୍ରା ଟଙ୍କା?
ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ । ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ରହିଛି ସେମାନଙ୍କର ଲିଷ୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ କାହାର କେଉଁ ସମସ୍ୟା ରହିଛି ସେନେଇ ଏକ PDF ଜରିଆରେ ସବିଶେଷ ବିବରଣୀ ଦିଆଯାଇଛି । ଯେଉଁମାନେ ସୁଭଦ୍ରା ଟଙ୍କା ନଆସିବାକୁ ନେଇ ଚିନ୍ତାରେ ରହିଛନ୍ତି ସେମାନେ ଏହି ତଥ୍ୟ ଜରିଆରେ ତ୍ରୁଟିକୁ ସୁଧାରି ପାରିବେ । ଆଉ ସୁଭଦ୍ରା ଟଙ୍କା ପାଇପାରିବେ।
କେମିତି କରିବେ ଚେକ୍, କାହିଁକି ଆସିନି ସୁଭଦ୍ରା ଟଙ୍କା?
- ପ୍ରଥମେ ସୁଭଦ୍ରା ଯୋଜନା ପୋର୍ଟାଲକୁ ଯାଆନ୍ତୁ ।
- ଏହାପରେ ତଳକୁ ସ୍କ୍ରଲ କରି ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକାକୁ କ୍ଲିକ କରନ୍ତୁ ।
- ଏହାପରେ NPCI ରିଜେକ୍ଟ ତାଲିକା ଆସିବ ।
- ଏହି ଲିଷ୍ଟ ଦେଖିବା ପାଇଁ ୩ ଗୋଟି ବିବରଣୀ ଦେବାକୁ ହେବ । ଜିଲ୍ଲା, ବ୍ଲକ ଏବଂ ଓ୍ବାର୍ଡ ଫିଲଅପ କରିବାକୁ ହେବ ।
- ଏହାପରେ ଏଣ୍ଟର ଅପ୍ସନ କ୍ଲିକ କରିବା ପରେ ଏନପିସିଆଇ ବିଫଳତା ତାଲିକା ଆସିବ ।
- ଏକ ପିଡିଏଫ ପାଇଲେ ଆସିଲେ ପ୍ରଥମେ ତାହାକୁ ଡାଉନଲୋଡ କରନ୍ତୁ ।
- ଏହି ଫାଇଲରେ ଗ୍ରାମ, ଆପ୍ଲିକେସନ ଆଇଡି, ନାମ , ସ୍ବାମୀ କିମ୍ବା ବାପାଙ୍କ ନାମ ଏବଂ ଏନପିସିଆଇ ଷ୍ଟାଟସ ଦେଖାଯିବ ।

କେଉଁ କାରଣ ପାଇଁ ରିଜେକ୍ଟ ହୋଇଛି ତାହା ମଧ୍ୟ ଏନସିପିଆଇ ଷ୍ଚାଟସରେ ଉଲ୍ଲେଖ କରାଯାଇଛି । ତେବେ ଅଧିକାଂଶ ମହିଳାଙ୍କର ଆଧାରରେ ସମସ୍ୟା ଦେଖାଯାଇଛି ।
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବ୍ ଶୀଘ୍ର ପଠାଯିବ । ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଟଙ୍କା ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ ଲଣ୍ଡନ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଲା ପରେ ଏହି ଘୋଷଣା କରିଥିଲେ ।
ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ସେଠାରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସେ କହିଛନ୍ତି, ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇ ଯାଇସାରି ଥିବା ବେଳେ ବ୍ଲକ ସ୍ତରରେ ଖାରଜ ତାଲିକା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ବ୍ୟାଙ୍କ, ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରି ନେଲେ ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ । ନଚେତ ବାଦ ପଡ଼ିଥିବା ମହିଳାମାନଙ୍କୁ ଆସନ୍ତା ପର୍ଯ୍ୟାୟରେ ସାମିଲ କରିବାକୁ ଟାର୍ଗେଟ ରଖାଯାଇଛି ବୋଲି ପ୍ରଭାତୀ କହିଥିଲେ ।












Click it and Unblock the Notifications