Subhadra Yojana: ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍‌, ପରବର୍ତ୍ତୀ କିସ୍ତିରେ ଏମାନଙ୍କୁ ମିଳିବନି ଟଙ୍କା!

ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି । ପରବର୍ତ୍ତୀ କିସ୍ତି ଟଙ୍କା ପାଇଁ ହିତାଧିକାରୀମାନେ ଅପେକ୍ଷା କରିଥିବା ବେଳେ ଆସିିଛି ଜରୁରୀ ସୂଚନା ।

ଏଭଳି ଏକ ଘୋଷଣା ପରେ ଅନେକ ହିତାଧିକାରୀଙ୍କୁ ଆଶ୍ବସ୍ତି ମିଳିବାକୁ ଯାଉଛି । ତେବେ ସରକାର ଏହି ଟଙ୍କା କେବେ ପ୍ରଦାନ କରିବେ ? ଟଙ୍କା କାହା ଆକାଉଣ୍ଟକୁ ଯିବ ?

Subhadra Yojana

Subhadra Yojana: ଦ୍ୱିତୀୟ କିସ୍ତି ସୁଭଦ୍ରା ଯୋଜନାରେ ଟଙ୍କା ପ୍ରଦାନ ପରେ ଏକାଥରେ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ବେଳକୁ ଟଙ୍କା ମିଳିବ ବୋଲି ଅନେକ ଆଶା କରୁଥିଲେ । ଏହାରି ଭିତରେ ପୁଣି ଟଙ୍କା ଆସିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।

Subhadra Yojana: ଏହାରି ଭିତରେ ତୃତୀୟ ପର୍ଯ୍ୟାୟ ଟଙ୍କା ବାବଦରେ ବଡ ଅପଡେଟ ଆସିଛି । ପ୍ରଭାତୀଙ୍କ ସୂଚନାନୁସାରେ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ମିିଳିବ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Subhadra Yojana: ଅର୍ଥାତ ଯେଉଁମାନଙ୍କୁ ବର୍ତ୍ତମାନ ଯାଏଁ ସୁଭଦ୍ରା ଟଙ୍କା ମିଳିନାହିଁ, ସେମାନଙ୍କୁ ଏକାସହ ୨ଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ମିଳିବ । ଯେଉଁମାନେ ଏହି ଯୋଜନାରେ ପଞ୍ଜିକୃତ ହୋଇ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଖୁବଶୀଘ୍ର ଏହି ଟଙ୍କା ପ୍ରଦାନ କରାଯିବ । ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ।

Subhadra Yojana: ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି। କହିଛନ୍ତି,ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା। ରବିବାର ସୁଦ୍ଧା ଯାହା ରିପୋର୍ଟ ଆସିଛି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି। ଜିଲ୍ଲା ୱାରି ସେ ଆବେଦନର ସର୍ଭେ କରାଯିବ। ଜିଲ୍ଲାରୁ ରିପୋର୍ଟ ଦେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ସଠିକ ହିତାଧିକାରୀ କି ନାହିଁ।

Subhadra Yojana: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସୁଭଦ୍ରାକୁ ସହଜ ଉପଲବ୍ଧ କରିବା ପାଇଁ ସର୍ଭେ ହେବ। ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। ତାଙ୍କ ପାଇଁ ପୁଣି ସୁଭଦ୍ରା ପୋର୍ଟାଲ ଖୋଲା ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+