Subhadra Yojana: ‘ସୁଭଦ୍ରା’କୁ ନେଇ ବଡ ଖବର, ୨୧ ବର୍ଷ ପୂରିଥିଲେ କରିପାରିବେ ଆବେଦନ
ଝିଅମାନଙ୍କ ପାଇଁ ବଡ ଖୁସି ଖବର । 'ସୁଭଦ୍ରା' ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍ । ୨୧ ବର୍ଷ ପୂରିଥିଲେ 'ସୁଭଦ୍ରା' ଯୋଜନାରେ କରିପାରିବେ ଆବେଦନ। ଯେଉଁମାନଙ୍କୁ ଏହି ମାସରେ ୨୧ ବର୍ଷ ପୂରିଥିବ ସେମାନେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।।
୧୫ ଦିନ ଭିତରେ ସରିବ 'ସୁଭଦ୍ରା' ରିଜେକ୍ସନ ଯାଞ୍ଚ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି । ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ଏହି ସବୁ ସ୍ଥାନରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି । ଏମିତିକି କାଲି ଠାରୁ ମାଲକାନଗିରିରେ ଆରମ୍ଭ ହେବ ଯାଞ୍ଚ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୁଭଦ୍ରା ଯୋଜନାରେ ଆବେଦନର ଆସିଛି ଡେଡ୍ ଲାଇନ୍ । ଆସନ୍ତା ବର୍ଷ ମାର୍ଚ୍ଚ ୭ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ। ମାର୍ଚ୍ଚ ୮ରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। ୨୬ ନଭେମ୍ବରରେ ଏହି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିସହ ଓଟିଭିରେ ଖବର ପ୍ରସାରଣ ପରେ ମାଲକାନଗିରି ବଣ୍ଡା ଘାଟି ଯାଇ ସରକାରୀ ଅଧିକାରୀ, ହିତାଧିକାରୀଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ।୭ ମାର୍ଚ୍ଚ ୨୦୨୫- 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷଦିନ ରହିବ । ମାର୍ଚ୍ଚ ୮ ମହିଳା ଦିବସରେ ମିଳିବ ଦ୍ବିତୀୟ କିସ୍ତି 'ସୁଭଦ୍ରା' ଟଙ୍କା । ଅନ୍ୟପଟେ ତିନି ତିନିଟି ପର୍ଯ୍ୟାୟରେ ହିତାଧିକାରୀଙ୍କୁ ମିଳିଲାଣି ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା। ଏପରିକି ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଏବଂ ମାର୍ଚ୍ଚରୁ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା ବି କରିସାରିଛନ୍ତି ।ସେହିପରି ପୂର୍ବରୁ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବାଦ୍ ପଡିଥିବା ଆଦିବାସୀଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ସମସ୍ୟା ଦୂର କରିବେ। ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ଏଯାଏଁ ୫୭୨ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି। ବାକି ଥିବା ଅନ୍ୟମାନଙ୍କର ଫିଜିକାଲ୍ ଭେରିଫିକେସନ୍ କରି ସମସ୍ତଙ୍କୁ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏପଟେ ସୁଭଦ୍ରା ଯୋଜନାରୁ ଅଯୋଗ୍ୟ ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ସମାଧାନ ହୋଇସାରିଛି।ସେପଟେ ଏବେ ବି ବଢୁଛି ସୁଭଦ୍ରା ଆବେଦନ ସଂଖ୍ୟା । ଏବେ ସୁଦ୍ଧା କୋଟିଏ ୧୬ ହଜାର ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିବା ବେଳେ ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ବାକି ମହିଳାଙ୍କୁ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ମିଳିବ ପ୍ରଥମ କିସ୍ତି। ୨୦୨୪ ସୁଦ୍ଧା କୋଟିଏ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ଜାନୁଆରୀ ଏବଂ ଫେବ୍ରୁଆରୀରେ ଆବେଦନ କଲେ ମାର୍ଚ୍ଚ୮ ରେ ଏକାବେଳକେ ଦୁଇଟି କିସ୍ତି ପାଇବେ ଯୋଗ୍ୟ ମହିଳା ।












Click it and Unblock the Notifications