Subhadra Yojana: ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି: ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ସୁଭଦ୍ରା ଟଙ୍କା

ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଓ ଚତୁର୍ଥ ପର୍ଯ୍ୟାୟରେ ବି ଖାତାକୁ ଆସିଲାନି ଟଙ୍କା । ଦ୍ୱିତୀୟ କିସ୍ତି ଆଗରୁ ଯଦି ନ କରିବେ ଏହି କାମ, ତାହାଲେ ମାର୍ଚ୍ଚ ୮ରେ ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ସୁଭଦ୍ରା ଟଙ୍କା ।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା କିଛି ଆକାଉଣ୍ଟକୁ ଆସିଥିବା ବେଳେ କିିଛି ଜଣ ଏବେ ବି ଅପେକ୍ଷା କରିଛନ୍ତି । ଟଙ୍କା କେବେ ଆସିବ ସେ ନେଇ ସେମାନେ ହତାଶ ମଧ୍ୟ ହୋଇଗଲେଣି । ଏହାରି ଭିତରେ ଏକ ବଡ଼ ଅପଡେଟ ଭିତରେ ସେମାନେ ବୋଧେ ଅବଗତ ହୋଇ ନାହାଁନ୍ତି।

ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ତେବେ କେଉଁମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ଆସନ୍ତୁ ପୂରା ଜାଣିବା ।

Subhadra Yojana

ସେପ୍ଟେମ୍ୱର ୧୭ରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୁଭଦ୍ରା ଯୋଜନରା ଶୁଭାରମ୍ଭ କରିଥିଲେ । ଏହି ଅବସରରେ ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଆସିଥିଲା । କିନ୍ତୁ କିଛି ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ଆସିନାହିଁ । ସେମାନେ ଆପ୍ଲାଏ କରିବାର ଦୀର୍ଘ ଦିନ ବିତିଥିଲେ ବି କାହିଁକି ଟଙ୍କା ଆସୁନାହିଁ ସେନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।

ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବ । ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ ଡିବିଟି ସକ୍ଷମ ଥିବ । ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ସରକାର । ଯଦି ଏମିତି ସୁବିଧା ନଥିବ ତେବେ ସେହି ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ । କେବଳ ସେତିକି ନୁହେଁ ଆଧାର ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ଟଙ୍କା ଆସିବ ।

କେବଳ ସେତିକି ନୁହେଁ ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ NPCI କ୍ଲିୟର ଥିବ । ଯଥାଶୀଘ୍ର NPCI କ୍ଲିଅର କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରମ୍ୱାର ସୂଚନା ଦେଇସାରିଛନ୍ତି । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍‌ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେସବୁ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା ।

ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ୧ ହଜାର ୧୯୩ ଜଣ ମହିଳାଙ୍କ ପାଖକୁ ଟଙ୍କା ଯାଇଛି । ଯାଜପୁରରେ ମହିଳାଙ୍କୁ ୯ ଶହ କୋଟି ୫୯ ଲକ୍ଷ ୬୫ ହାଜର ଟଙ୍କା ବାଣ୍ଟିସାରିଛନ୍ତି ରାଜ୍ୟ ସରକାର । ଯାଜପୁର ସଭା ମଞ୍ଚରୁ ରିମୋଟ ଚିପି ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ୩୦ ହଜାର ୯୩୪ ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଲେଣି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+